Sat. Jan 4th, 2025

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

By amfnews Apr 15, 2020 #Featured
128 Views

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି | ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ବିଭକ୍ତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଙ୍କର ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି | ବରିଷ୍ଠ ଆଇଏଏସ ଅଧିକାରୀ ରଂଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଂଚଳରେ କଣ୍ଟାକଟ ଟ୍ରେସିଙ୍ଗ ସହ ଘରକୁ ଘର ବୁଲି ସର୍ଭିଲାନ୍ସ ଟିମ୍ କରୁଥିବା ସର୍ଭେ କାର୍ଯ୍ୟର ତଦାରଖ କରିବେ | ଗତକାଲି ରାଜଧାନୀର ବମିଖାଲ୍ କଣ୍ଟେନମେଣ୍ଟ ଜୋନରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ପକ୍ଷରୁ ସମ୍ଭବତଃ ଏହି ପଦକ୍ଷେପ ନିଆଯାଇଛି।

ଏହା ସହ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିବ ସେ ଉପରେ ଗୁରୁତ୍ୱ ଦେବେ | ସେହିପରି କରୋନା ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେବେ | କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ |ଏଠାରେ ସୂଚନା ଥାଉ କି ରାଜଧାନୀ ଭୁବନେଶ୍ୱରରେ ବିଶେଷ କରି ୩ଟି ଅଂଚଳକୁ କରୋନା ହଟସ୍ପଟ୍ ଚିହ୍ନଟ କରି ଏଗୁଡିକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ସିଲ୍ କରାଯାଇଛି ।

ଏହି ଅଂଚଳ ଗୁଡିକୁ କେହି ପ୍ରବେଶ କରିପାରିବେ ନାହିଁ । ଏହି ହଟସ୍ପଟ୍ ଅଂଚଳରେ ଏବେ ଡ୍ରୋନ୍ ଜରିଆରେ ଦିନ ରାତି ନଜର ରଖୁଛି କମିଶନରେଟ୍ ପୁଲିସ । ବିଏମସି ଗାଡି ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଛି । ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ମାଇକ ଯୋଗେ ପୁଲିସ ଅନୁରୋଧ କରୁଛି ।

By amfnews

Related Post