Sat. Mar 7th, 2026

ଭୁବନେଶ୍ବର ବିମାନବନ୍ଦରରୁ ପୁଣେକୁ ସିଧାସଳଖ ଚଳାଚଳ କରିବ ଏୟାର ଏସିଆ ଇଣ୍ଡିଆ ବିମାନ

349 Views

ଭୁବନେଶ୍ୱର, ଜାନୁଆରୀ ୨୫ : ଏୟାର ଏସିଆ ଇଣ୍ଡିଆ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣେକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି। ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପତାକା ଦେଖାଇ ବିମାନ ଚଳାଚଳ ଆରମ୍ଭ କରିଛନ୍ତି।

ଏହା ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବ ଏବଂ ରାଜ୍ୟରେ ଅର୍ଥନୀତି ବୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶନିବାର ବ୍ୟତୀତ ପ୍ରତ୍ୟେକ ଦିନ ଏହି ବିମାନ ଚଳାଚଳ କରିବ। ଏୟାର ଏସିଆ ବିମାନ ଭୁବନେଶ୍ୱରରୁ ୧ଟା ୫୦ ମିନିଟ ଅପରାହ୍ନରେ ବାହାରି ପୁଣେରେ ୩ଟା ୫୫ ମିନିଟରେ ପହଞ୍ଚିବ । ସେହିପରି ପୁଣେରୁ ୪ଟା ୩୫ ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରିବ । ଭୁବନେଶ୍ବରରେ ସନ୍ଧ୍ୟା ୬ଟା ୪୦ ମିନିଟରେ ପହଞ୍ଚିବ  ।

By amfnews

Related Post