Tue. Dec 24th, 2024

ଭୀମା-କୋରେଗାଁଓ ହିଂସା ଘଟଣା: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଗିରଫ

By amfnews Jul 29, 2020 #Featured
166 Views

ନୂଆଦିଲ୍ଲୀ, ଜୁଲାଇ ୨୯ : ମହାରାଷ୍ଟ୍ରର ପୁଣେର ଭୀମା-କୋରେଗାଁଓ ହିଂସା ମାମଲାର ଯାଞ୍ଚ ଆଗକୁ ବଢ଼ିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ସହଯୋଗୀ ପ୍ରଫେସର ହନୀ ବାବୁ ଏମଟିଙ୍କୁ ଗିରଫ କରିଛି । ହନୀ ବାବୁଙ୍କୁ ଦିଲ୍ଲୀ ଉପକଣ୍ଠ ନୋଏଡା ଘରୁ ଗିରଫ କରାଯାଇଛି । ପ୍ରଫେସରଙ୍କୁ ଜୁଲାଇ ୨୯ରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ । ଜାତୀୟ ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ ହନୀ ବାବୁ ଅନ୍ୟ ଅଭିଯୁକ୍ତଙ୍କ ସହିତ ଭୀମା କୋରେଗାଁଓ ହିଂସା କାଣ୍ଡରେ ସଂପୃକ୍ତ ଥିଲେ ।

ସୂଚନାଯୋଗ୍ୟ, ଯେତେବେଳେ ଭାରତରେ ବ୍ରିଟିଶମାନଙ୍କର ରାଜୁତି ଥିଲା, ସେହି ସମୟରେ ମହାର ରେଜିମେଣ୍ଟ ବ୍ରିଟ୍ରିଶ ବିରୋଧରେ ଲଢ଼େଇ କରିଥିଲା । ସେହି ସମୟରେ ମରାଠୀ ଲୋକଙ୍କ ସହିତ ଇଂରେଜମାନେ ଏହି ରେଜିମେଣ୍ଟ ସହିତ ଲଢ଼ିବାକୁ ଓହ୍ଲାଇଥିଲେ । ଏହି ଯୁଦ୍ଧରେ ମହାରୋଙ୍କ ପାଇଁ ଇଂରେଜମାନଙ୍କର ବିଜୟ ହୋଇଥିଲା । ଏହି ବିଜୟର ଖୁସିରେ ୟଲଗାର ପରିଷଦ ପ୍ରତିବର୍ଷ ଡିସେମ୍ବର ୩୧ରେ ବିଜୟ ଉତ୍ସବ ପାଳନ କରିଥାନ୍ତି ।

ପୁଣେ ପୋଲିସ ଅନୁସାରେ ଏହି ବିଜୟର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହିଂସା ପାଇଁ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଥିଲା । ୨୦୧୭ ଡିସେମ୍ବର ୧ରେ ପାଖାପାଖି କଳା ମଂଚର ବୈଠକରେ ମାଓବାଦୀମାନେ ଉତ୍ତେଜିତ ଭାଷଣ ଦେଇଥିଲେ । ଫଳରେ ପୁଣେର ଭୀମା କୋରେଗାଁଓରେ ୨୦୧୮ ଜାନୁଆରୀ ୧ରେ ହିଂସା ହୋଇଥିଲା ।

By amfnews

Related Post