Sun. Feb 2nd, 2025

ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ୍ ଦୁର୍ଘଟଣା ପାଇଁ ଆର୍ଏସ୍ଏସ୍ର ଶୋକ

By amfnews Oct 12, 2018 #Featured
114 Views

ରାଉରକେଲା : ଭିଲାଇ ଷ୍ଟିଲ ପ୍ଲାଣ୍ଟ୍ର କୋକ୍ଓଭେନ୍ ବ୍ୟାଟେରୀ ଗ୍ୟାସ୍ ପାଇପ୍ ଲାଇନ୍ ବିସ୍ଫୋରଣ ଘଟି ୯ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୧୪ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଏ ନେଇ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ସଭାନେତ୍ରୀ ଡିଏସ୍ ପାଣିକରଙ୍କ ନେତୃତ୍ୱରେ ଶୋକସଭା ଓ ନୀରବ ପ୍ରାର୍ଥନା କରାଯାଇଛି । ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଆର୍କେ ପଣ୍ଡା, ଚକ୍ରଧର ପ୍ରଧାନ, ଦିଲୀପ ମହାପାତ୍ର, ଅକ୍ଷୟ ଜେନା, ମହୀପାଲ ବାଗ, ପିସି ବେହେରା, ଭାଗ୍ୟଧର ପରିଡ଼ାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସେହିପରି ଏହି ଦୁର୍ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି ରାଉରକେଲା ମଜଦୁର ସଭା । ବିଏସ୍ପି କର୍ତ୍ତୃପକ୍ଷଙ୍କ ଅବହେଳା ଓ ସୁରକ୍ଷା ନିମୟକୁ ନେଇ କଡ଼ା ସମାଲୋଚନା କରିବା ସହ ଆର୍ଏସ୍ପିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି ବୋଲି ମଜଦୁର ସଭା ପ୍ରକାଶ କରିଛି । ଏଥିସହ ମୃତକ ପରିବାରକୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ଚାକିରି ପ୍ରଦାନ କରିବା ଲାଗି ସଭା ପକ୍ଷରୁ ଦାବି ହୋଇଛି । ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି ଓ ସାଧାରଣ ସମ୍ପାଦକ ଶଶଧର ନାୟକଙ୍କ ନେତୃତ୍ୱରେ ଶୋକ ସଭା ଆୟୋଜନ ହୋଇଥିଲା ।

By amfnews

Related Post