Sat. Mar 7th, 2026

ଭିଜିଲାନ୍ସ ହାତରେ ସରକାରୀ ବାବୁ, ୧ କୋଟି ୩୭ ଲକ୍ଷ ଜବତ

264 Views

Khabar Odisha:Odisha-Vigilance
ଭୁବନେଶ୍ୱର, ୧୨ ଅକ୍ଟୋବର: ଭିଜିଲାନ୍ସ ହାତରେ ସରକାରୀ ବାବୁ। କୋଟିପତି କଳିଙ୍ଗ ନଗରର ରିଜିଓନାଲ ଅଫିସର ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ୯୬ ହଜାର ଟଙ୍କା ନେଇ ଘରକୁ ଫେରୁଥିବାବେଳେ ତାଙ୍କୁ ଭିଜିଲାନ୍ସର ଅଧିକାରୀମାନେ ଗିରଫ କରିଥିବା ଜଣାପଡ଼ିଛି। ଖଣ୍ଡଗିରି ବାରିରେ ହାଡିବନ୍ଧୁଙ୍କ ଘରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିବା ବେଳେ ସେଠାରୁ ୧ କୋଟି ୩୬ ଲକ୍ଷ ୯୭ ହଜାର ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ମଧ୍ୟ ଠାବ ହୋଇଥିବା ସୂଚନା ।

By amfnews

Related Post