120 Views
ସମ୍ବଲପୁର, ଫେବୃଆରୀ 1 : ଭିଜିଲାନ୍ସ ଜାଲରେ ସବ ଇନସ୍ପେକ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ବେଲପାହାଡ ଅବକାରୀ ସବ ଇନସ୍ପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ ।
ଝାରସୁଗୁଡା ଜିଲ୍ଲା ବେଲପାହାଡ ଅବକାରୀ ସବ-ଇନସ୍ପେକ୍ଟର ଭାବେ କାର୍ଯ୍ୟ କରନ୍ତି ଦେବେନ୍ଦ୍ର ପ୍ରହରାଜ । ତାଙ୍କ ସମ୍ବଲପୁର ସ୍ଥିତ ଘର ସମେତ ଏକକାଳୀନ ୪ ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ସମ୍ବଲପୁର ଭିଜିଲାନ୍ସର ଟିମ ଏହି ଚଢାଉ ଜାରି ରଖିଛନ୍ତି । ତାଙ୍କ ବେଲପାହାଡ ଅବକାରୀ ଅଫିସ, ସମ୍ବଲପୁର କଲ୍ୟାଣୀ ନଗର ଘର, ଅବକାରୀ ଇଆଇବି ଅଫିସ, ଗୋବିନ୍ଦତୋଲାରେ ଭିଜିଲାନ୍ସ ଚଢାଉ କରିଛି । ତେବେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ଅନେକ ଦରକାରୀ ଦସ୍ତାବିଜ ଓ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।