124 Views
ବାଲେଶ୍ୱର, ଅକ୍ଟୋବର ୨୩ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀ । ମିଲରଙ୍କଠାରୁ ଲାଞ୍ଚ ନେବା ଅଭିିଯୋଗରେ ଗତକାଲି ତାଙ୍କ ଅଫିସରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୨ ଲକ୍ଷ ୩୪ ହଜାର ଲାଞ୍ଚ ଟଙ୍କା ଜବତ ହୋଇଛି । ମିର୍ ରାଜା ଅଲ୍ଲୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବାଲେଶ୍ୱର ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ମିର ରାଜାଙ୍କଠାରୁ ଟଙ୍କା ଜବତ ପରେ ଭିଜିଲାନ୍ସ ବର୍ତ୍ତମାନ ଅଧିକ ଛାନ୍ଭିନ ଜାରି ରଖିଛି । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଏତେ ସବୁ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ଭିଜିଲାନ୍ସ ଛାନ୍ଭିନ କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଜବତ ଟଙ୍କାକୁ ତାଙ୍କ ନୂହେଁ ବୋଲି ଅସ୍ୱୀକାର କରିଛନ୍ତି ।