174 Views
କେନ୍ଦୁଝର , ନଭେମ୍ବର ୧୯: ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ କେନ୍ଦୁଝର ପାଟଣା ରେଂଜ ଫରେଷ୍ଟରଙ୍କ ଘରେ ସୋମବାର ଭିଜିଲାନ୍ସ ରେଡ୍ କରିଛି। ଫରେଷ୍ଟର ଶଶିଭୂଷଣ ବାରିକଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସର ତିନୋଟି ଟିମ୍ ଚଢଉ ଜାରି ରଖିଛି।
ଶଶିଭୂଷଣଙ୍କର ବାସଭବନ ଓ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ପୈତୃକ ଘର, ପାଟଣାଗଡ ସ୍ଥିତ କାର୍ଯ୍ୟାଳୟ, କେନ୍ଦୁଝର ସ୍ଥିତ ବାସଭବନରେ ଭିଜିଲାନ୍ସର ତିନି ଜଣିଆ ଟିମ ଚଢ଼ାଉ କରିଛନ୍ତି। ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।