Sat. Mar 7th, 2026

ଭିଜିଲାନ୍ସ ଜାଲରେ କୋଟିପତି ମାଳୀ

242 Views

ଉଦଳା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ  ମାଳୀ  ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକକାଳୀନ ୪ ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଚାରୋଟି ଟିମ୍‌ ଚଢ଼ଉ କରିଛନ୍ତି।

ନୁଦଡିହାସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ନିଜସ୍ୱ ବାସଭବନରେ ଚଢ଼ଉ ହୋଇଛି। ତେବେ ତାଙ୍କ ଘରର ମୂଲ୍ୟ ଆନୁମାନିକ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।  ସେ ଉଦଳାରେ ଚାକିରି କରୁଥିବା ବେଳେ ବିଭିନ୍ନ ଦୁର୍ନୀତି ନେଇ ତାଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା।

By amfnews

Related Post