96 Views
ନିମାପଡା, ନଭେମ୍ବର ୧୬: ନିମାପଡା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଲାଂଚ ନେଉଥିବାବେଳେ ଜିଓଲୋଜି ବିଭାଗର ଅଧ୍ୟାପକ ମାନସ ରଂଜନ ସ୍ୱାଇଁ ଧରା ପଡିବା ପରେ ଗିରଫ ହୋଇଥିଲେ ।
ଏହାସହ ବିଭିନ୍ନ ଦୁର୍ନିତି ଅଭିଯୋଗରେ ମାନସ ରଂଜନଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ରେଡ ସମୟରେ ବହୁ ଦାମୀ ସୁନା ଅଳଙ୍କାର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।
ଗତକାଲି ରାତିରେ ମାର୍କ ବଢାଇବା ପାଇଁ ଜଣଙ୍କ ଠାରୁ ମାନସ ୧୦ ହଜାର ଟଙ୍କା ଲାଂଚ ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଲାଂଚ ଅଭିଯୋଗରେ ଭିଜିଲାନ୍ସ ମାନସଙ୍କ ବାସଭବନ ଓ ଅଫିସରେ ଗତକାଲିଠାରୁ ଚଢଉ ଆରମ୍ଭ କରିଥିଲା । ତେବେ ଚଢଉ ସମୟରେ ଲକ୍ଷାଧିକ ଟଙ୍କାର ସମ୍ପତି ସହ ବ୍ୟାଙ୍କ ଆକାଉଂଟ ଭିଜିଲାନ୍ସର ଟିମ୍ ଜବତ କରିଛି ।