Sat. Apr 19th, 2025

ଭିଜନ୍ ଆଶ୍ରୟ ଗୃହରେ ରାତି ଅଧିଆ ଚଢ଼ାଉ

By amfnews Jul 21, 2019 #Featured
225 Views

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶମ୍ଭୁନଗରପଡ଼ାରେ ଥିବା ପ୍ରୟାସ ବା ଭିଜନ୍ ଆଶ୍ରୟ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ତତ୍ପର ହୋଇଉଠିଛି ଜିଲା ପ୍ରଶାସନ। ବଲାଙ୍ଗିରର ଜଣେ ପୀଡ଼ିତାଙ୍କ ମା’ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଉଠାଇବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କର୍ତ୍ତୃପକ୍ଷ ଓ ଉପଜିଲ୍ଲାପାଳ ଗତକାଲି ରାତିଅଧିଆ ଏହି ଆଶ୍ରୟ ଗୃହରେ ଚଢ଼ାଉ କରିଥିଲେ। ସେମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ତେବେ ତଦନ୍ତ ନେଇ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି ଏହି ଅଧିକାରୀମାନେ। ଅନ୍ୟପକ୍ଷରେ ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ।

ଦୀର୍ଘ ଦିନ ଧରି ସହରରେ ଥିବା ଏହି ଆଶ୍ରୟ ଗୃହ ସହାୟକଙ୍କ ସହାୟତାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ଦାସ ଲଜ୍ଜାଜନକ କାଣ୍ଡ ଭିଆଉଥିବା ଅଭିଯୋଗ ଆସିଥିଲା। ଏଥିସହ ତାଙ୍କୁ ଆଶ୍ରୟ ଗୃହର ଅନ୍ୟ ବରିଷ୍ଠ ମହିଳା କର୍ମଚାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ରହିଛି।

By amfnews

Related Post