Mon. Mar 9th, 2026

ଭାଲୁ ଆକ୍ରମଣରେ ହରେକୃଷ୍ଣ ଆହତ

184 Views

ତେଲକୋଇ : କେନ୍ଦୁଝର ଜିଲ୍ଲା କମଳାଙ୍ଗ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ହରେକୃଷ୍ଣ ବେହେରା। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ହରେକୃଷ୍ଣ ଗାଁର ସମାକୋଈ ନଦୀ ନିକଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। କୌଣସି ମତେ ଜୀବନ ବଞ୍ଚାଇ ସେ ଭାଲୁ କବଳରୁ ଖସି ଆସିଥିଲେ। ତାଙ୍କ କାନ ଓ ନାକରେ ଛିଣ୍ଡି ଯାଇଛି। ପାଟି ବି ଖଣ୍ଡିଆ ହୋଇଛି।

By amfnews

Related Post