Thu. Dec 26th, 2024

ଭାରତ ବନ୍ଦ ଜାରି: ଯାତାୟତ-ବ୍ୟବସାୟ ପାଇଁ ବଢ଼ିଲା ଅଡୁଆ, ପ୍ରଭାବିତ ହେଲେ ଜନତା

By amfnews Dec 8, 2020 #Featured
153 Views

ନୂଆଦିଲ୍ଲୀ, ଡିସେମ୍ବର ୦୮ : ଭାରତ ବନ୍ଦ ଘୋଷଣା ହେବା ପୂର୍ବରୁ ଅନେକ ବିରୋଧୀ ଦଳ ଓ ସଂଗଠନର ସମର୍ଥନ ମିଳିସାରିଛି । ଏହା ପରେ ସରକାରକୁ ଚାଷୀ ସଂଗଠନରେ ସାମିଲ ହୋଇଥିବା ଜନତାଙ୍କ ନିବେଦନ ରହିଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସୁରକ୍ଷା କଡ଼ାକଡ଼ି ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଜାରି ରଖିବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁସାରେ କରୋନାର ନିୟମ ପାଳନ ହେଉ ଓ ସାମାଜିକ ଦୂରତା ପ୍ରତି ନଜର ରଖାଯାଉ । କୌଣସି ରାଜ୍ୟରେ ଯେପରି ଅପ୍ରିତକର ଘଟଣା ନଘଟେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ । 

ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ସଂଯୋଗ କରୁଥିବା ଅଧିକାଂଶ ରାସ୍ତା ବନ୍ଦ ରହିଛି । କ୍ୟାବ ସେବା ମିଳୁ ନାହିଁ । ଆଜାଦପୁର ମଣ୍ଡି ସମେତ ଦିଲ୍ଲୀର ମଣ୍ଡି ବନ୍ଦ ରହିଛି । ପରିବା ବଜାର ପ୍ରଭାବିତ ହୋଇଛି । ଗୁରୁଗ୍ରାମରେ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ହରିୟାଣାରୁ ଆଗ୍ରା-ମଥୁରା ଓ ପଂଜାବ ଯାଉଥିବା ବସ ବନ୍ଦ ରହିଛି । 

ଦିଲ୍ଲୀ ପୋଲିସ ଏକ ବୟାନରେ କହିଛି, ବଳ ପୂର୍ବକ ଦେଖାଗଲେ କାର୍ଯ୍ୟାନୁଷ୍ଠାନ ହେବ । ଗାଜିପୁରରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳରେ ବେରିକେଡ ବ୍ୟବସ୍ଥା ହୋଇଛି । ଭାରତ ବନ୍ଦରେ ବ୍ୟବସାୟୀ ସଂଗଠନ କନଫେଡେରେଶନ ଅଫ ଇଣ୍ଡିଆ ଟ୍ରେଡର୍ସ ଓ ପରିବହନ ସଂଗଠନ ଅଲ ଇଣ୍ଡିଆ ଟ୍ରାନ୍ସପୋଟର୍ସ ୱେଲଫେୟାର ଆସୋସିଏଶନ ଯୋଗ ଦେଇଛନ୍ତି । 

କଂଗ୍ରେସ, ଟିଆରଏସ୍‌, ଡିଏମ୍‌କେ ଓ ଆମ ଆଦମୀ ପାର୍ଟି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ଦ୍ୱାରା ଡିସେମ୍ବର ୮ ତାରିଖ ‘ଭାରତ ବନ୍ଦ’ ଆହ୍ୱାନ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଏହି ଆଇନକୁ ବାତିଲ କରିବା ଦାବିକୁ ନେଇ ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୩ ଦିନ ହେବ ଜାରି ରହିଛି । ତୃଣମୂଳ କଂଗ୍ରେସ, ଆରଜେଡି ଓ ବାମପଂଥୀ ଦଳ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛି । ଏତଦ ବ୍ୟତୀତ ୧୦ଟି ଟ୍ରେଡ ୟୁନିୟନ ମଧ୍ୟ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇଛି । 

ଏନ୍‌ସିପି ପ୍ରମୁଖ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର ରବିବାର କହିଛନ୍ତି, ସେ ଚାଷୀଙ୍କ ପ୍ରଦର୍ଶନକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି । କାରଣ ଯଦି ପ୍ରଦର୍ଶନ ଜାରି ରହେ, ଚାଷୀ ଆନ୍ଦୋଳନ କେବଳ ଦିଲ୍ଲୀରେ ସୀମତି ରହିବ ନାହିଁ । ବରଂ ଏହା ଦେଶବ୍ୟାପୀ ଲୋକେ ଚାଷୀଙ୍କୁ ସମର୍ଥନ ଜଣାଇବେ । ପାୱାର କହିଛନ୍ତି ଯେ, ମୋର ଆଶା ଯେ, ସରକାର ବୁଝିବେ ଏବଂ ପ୍ରସଙ୍ଗକୁ ସମାଧାନ କରିବା ଲାଗି ଚିନ୍ତା କରିବେ । ଯଦି ଏହି ଆନ୍ଦୋଳନ ଜାରି ରହେ, ତା ହେଲେ ପ୍ରଦର୍ଶନ ଦିଲ୍ଲୀରେ ସୀମିତ ରହିବ ନାହିଁ । ବରଂ ଦେଶବ୍ୟାପୀ ଲୋକ ପ୍ରଦର୍ଶନକାରୀ ଚାଷୀଙ୍କ ସହିତ ଯୋଡ଼ିହୋଇଯିବେ । 

କଂଗ୍ରେସ ଭାରତ ବନ୍ଦ ପ୍ରତି ସଂପୂର୍ଣ୍ଣ ସମର୍ଥନ ଜଣାଇଛି ଏବଂ ଘୋଷଣା ମଧ୍ୟ କରିଛି ଯେ, ଦଳ ଡିସେମ୍ବର ୮ ତାରିଖରେ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇବ ଏବଂ ରାଜ୍ୟ ମୁଖ୍ୟାଳୟରେ ପ୍ରଦର୍ଶନ କରିବ । ଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ ମୁଖପାତ୍ର ପବନ ଖେଡ଼ା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ମୁଁ ଏହା ଘୋଷଣା କରିବାକୁ ଚାହିଁବି ଯେ, କଂଗ୍ରେସ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦକୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଉଛି । ସେ କହିଛନ୍ତି ଯେ, ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି, ଦସ୍ତଖତ ଅଭିଯାନ ଓ ଚାଷୀ ରାଲି ଜରିଆରେ ଚାଷୀଙ୍କୁ ସପକ୍ଷରେ ସ୍ୱର ଉତ୍ତୋଳନ କରିବେ । 

By amfnews

Related Post