Thu. Dec 26th, 2024

ଭାରତ ବନ୍ଦ: ଓଡ଼ିଶା ପ୍ରଭାବିତ, ଭୁବନେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ୍

By amfnews Dec 8, 2020 #Featured
827 Views

ଭୁବନେଶ୍ୱର, ଡିସେମ୍ବର ୦୮ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ଦେଶର ପ୍ରାୟ ୪୦ଟି କୃଷକ ସଂଗଠନ ବିରୋଧ କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀର ସୀମାରେ ଆଜିକୁ ୧୩ ଦିନ ହେବ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦେଶର ୧୮ଟି ରାଜନୈତିକ ଦଳ ଓ ୨ଟି ପ୍ରମୁଖ ପରିବହନ ସଂସ୍ଥା ଆଜିର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି । 

ଚାଷୀମାନଙ୍କର ଭାରତ ବନ୍ଦ ଯୋଗୁଁ ଆଜି ଅପରାହ୍ନ ୩ଟା ଯାଏଁ ଚକା ବନ୍ଦ ରହିବ । ଫଳରେ ଆନ୍ଦୋଳନକାରୀମାନେ ରାଜ୍ୟର କିଛି ସ୍ଥାନରେ ଟାୟାର ଜାଳି ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଇଛନ୍ତି । ଅତି ଜରୁରୁୀକାଳୀନ ସ୍ଥାନକୁ ବାଦ ଦେଲେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ-ବଜାର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି । 

ଭୁବନେଶ୍ୱରରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ମୁଖ୍ୟ ରେଳଷ୍ଟେସନରେ ଆନ୍ଦୋଳନକାରୀମାନେ ଶ୍ଲୋଗାନ ଦେଇଛନ୍ତି । ଆଜି ସକାଳୁ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଏକ୍ସପ୍ରେସ ଯାଇପାରି ନାହିଁ । ରାଉରକେଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖାଯାଇଛି । ରାଉରକେଲା ବସଷ୍ଟାଣ୍ଡରୁ ବସ ଗଡ଼ି ନାହିଁ । ଫଳରେ ପଡୋଶୀ ଜିଲ୍ଲାକୁ ଚାହୁଁଥିବା ଲୋକେ ବହୁ ହଇରାଣ ହେଉଛନ୍ତି । ସେହିପରି ରାୟଗଡ଼ାର ଗୁଣୁପୁରରେ ମଧ୍ୟ ସିପିଏମ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ।  

By amfnews

Related Post