Fri. Jan 10th, 2025

ଭାରତ ନେପାଳ ବିବାଦୀୟ ଅଞ୍ଚଳ ଲିପୁଲେଖରେ ସୈନ୍ୟ ଠୁଳ କରୁଛି ଚୀନ, ଭାରତର ସତର୍କ ନଜର

By amfnews Aug 20, 2020 #Featured
132 Views

ଉତ୍ତରାଖଣ୍ଡ, ଅଗଷ୍ଟ ୨୦ : ଭାରତ ନେପାଳ ସୀମା ଲିପୁଲେଖ ନିକଟରେ ନିଜର ସାମରିକ ନିୟୋଜନ ବୃଦ୍ଧି କରିଛି ଚୀନ । ଲିପୁଲେଖକୁ ନେଇ ନୂଆଦିଲ୍ଲୀ ଏବଂ କାଠମାଣ୍ଡୁ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଚୀନ ବର୍ତ୍ତମାନ ଏହି ଅ଼୍ଚଳରେ ନିଜର ସାମରିକ କ୍ଷମତା ବୃଦ୍ଧି କରିଛି । ଲିପୁଲେଖ ପାସ୍ ଭାରତ, ନେପାଳ ଓ ଚୀନ୍ ମଧ୍ୟରେ ଥିବା ଉତ୍ତରାଖଣ୍ଡର କାଲାପାନି ଉପତ୍ୟକାରେ ଅବସ୍ଥିତ | ଭାରତୀୟ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ଚୀନ୍ 150 ଲାଇଟ୍ କମ୍ବିନେଡ୍ ଆର୍ମସ୍ ବ୍ରିଗେଡ୍ ନିୟୋଜିତ କରିଛି। କୁହାଯାଉଛି ଯେ ଦୁଇ ସପ୍ତାହ ପୂର୍ବରୁ ତିବ୍ଦତରେ ନିୟୋଜିତ ଥିବା ଏହି ବିଗ୍ରେଡକୁ ହଟାଯାଇ ଲିପୁଲେଖ୍ ଟ୍ରାଇ-ଜଙ୍କସନରେ ନିୟୋଜିତ କରାଯାଇଛି ।

ଦୁଇ ସପ୍ତାହ ପୂର୍ବେ ଭାରତୀୟ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ପାଲାରେ ଚୀନ୍ ସୈନ୍ୟ ମୁତୟନ ହୋଇଛନ୍ତି । ଜୁଲାଇରେ ପ୍ରାୟ 1000 ଚୀନ ସୈନିକ ପାଲା ନିକଟରେ ଅବସ୍ଥାପିତ ହୋଇଥିଲେ, ଚୀନ୍ ଦ୍ୱାରା ଏକ ସ୍ଥାୟୀ ଆଉଟପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଭାରତ ଦ୍ୱାରା 17,000 ଫୁଟ ଉଚ୍ଚରେ ଲିପୁଲେଖ ହ୍ରଦ ପାଇଁ ଏକ ସ୍ଥାୟୀ ରାସ୍ତା ନିର୍ମାଣକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ତିକ୍ତତା ଦେଖାଦେଇଛି । ଏହି କାରଣରୁ କାଠମାଣ୍ଡୁ ଏହି ଅଞ୍ଚଳକୁ ଏହାର ନିଜ ଅଞ୍ଚଳ ବୋଲି ଦାବି କରୁଛି ।

By amfnews

Related Post