ପୂର୍ବରୁ ଚର୍ଚ୍ଚା ହେଉଥିଲା କି, ଏଫ୪ ବିମାନ ୨୦୨୪ ମଧ୍ୟରେ ନିର୍ମାଣ କରାଯିବ । ଏହାର କିଛି ଫିଚର ୨୦୨୨ ମଧ୍ୟରେ ବିକଶିତ କରାଯିବ । ଭାରତରେ ଯେଉଁ ରାଫେଲ ଆସିବ, ତାହା ମୁକାବିଲାରେ ଏହି ଯୁଦ୍ଧ ଜାହାଜ ବହୁତ ଭଲ । ଏହାର କ୍ଷମତା ମଧ୍ୟ ଅଧିକ ରହିବ । ଏଫ୪ ରାଫେଲରେ ନୂତନ ମାରଣାସ୍ତ୍ର ଯେଉଁଥିରେ ଆକାଶରୁ ଆକାଶକୁ ଆକ୍ରମଣ କରିବା ମିଶାଇଲ ମଧ୍ୟ ସାମିଲ ଅଛି, ଯାହା ଏଥିରେ ଲଗାଯାଇପାରିବ । ସମସ୍ତ ୨୮ଟି ରାଫେଲ ବିମାନ ଏଫ୪ ମାନକରୁ କମ ହେବ ଓ ଫ୍ରାନ୍ସ ଏୟାରଫୋର୍ସକୁ ୨୦୨୩ ମଧ୍ୟରେ ଆମଦାନୀ ଆରମ୍ଭ ହୋଇଯିବ ।
ଚର୍ଚ୍ଚା ଏହା ମଧ୍ୟ ଥିଲା କି ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାରଲେଙ୍କ କହିବାନୁସାରେ, ୨୦୨୩ରେ ଏଫ ୪ମାନକର ଆଉ ୩୦ଟି ବିମାନ ନିର୍ମାଣ ଆଦେଶ ଦିଆଯିବ ଯାହାକୁ ୨୦୨୭ ଓ ୨୦୩୦ ମଧ୍ୟରେ ହସ୍ତଗତ କରାଯିବ । ଚୁକ୍ତି ମୁତାବକ, ଗୋଟିଏ ବିମାନର ମୂଲ୍ୟ ୫୬୭କୋଟି ଓ ଭାରତକୁ ଯେଉଁ ରାଫେଲ ମିଳୁଛି ତାହାର ମୂଲ୍ୟ ୧୬୦୦ କୋଟିରୁ ୧୭୦୦ କୋଟି ଟଙ୍କା ମଧ୍ୟରେ ହେବ ।
ସୁପ୍ରିମକୋର୍ଟର ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଫ୍ରାନ୍ସ ସରକାର ରାଫେଲର ଅପଡେଟ ଭର୍ସନ କ୍ରୟ କରୁଛି । ୨୮ଟି ଅପଡେଟ ରାଫେଲର ମୂଲ୍ୟ ୨ ବିଲିୟନ ୟୁରୋ ରଖାଯାଇଛି । ମୋଦୀ ସରକାର କିନ୍ତୁ ଯେଉଁ ରାଫେଲ କ୍ରୟ କରୁଛନ୍ତି ତାହାର ମୂଲ୍ୟ ୭.୮୭ ବିଲିଅନ ଅଟେ । ଭୂଷଣଙ୍କ ମୁତାବକ, ଭାରତ ସରକାର ଫ୍ରାନ୍ସକୁ ପାଖାପାଖି ଅଢେଇ ଗୁଣ ଅଧିକ ମୂଲ୍ୟ ପ୍ରଦାନ କରିଛନ୍ତି । ଅମ୍ବାନୀଙ୍କୁ ଆରୋପିତ ଭାବରେ ୩୦ ହଜାର କୋଟି ଟଙ୍କାର କମିଶନ ଅଫସେଟ ପ୍ରସଂଙ୍ଗ ଦିଆଯାଇଛି । ଫ୍ରନ୍ସ ସରକାର ଏହି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।