Tue. May 13th, 2025

ଭାରତ-ଚୀନ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ: ସ୍ଥିତି ସଙ୍ଗୀନ, ଉଭୟ ଦେଶ ସହ ଆଲୋଚନା ଚାଲିଛି

By amfnews Jun 21, 2020 #Featured
219 Views

ନୂଆଦିଲ୍ଲୀ: ଗଲ୍‌ୱାନ୍‌ ଘାଟି‌‌ରେ ଚୀନ୍‌ ସେନା ସହ ହୋଇଥିବା ସଂଘର୍ଷ ଯୋଗୁଁ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି | ଦିନକୁ ଦିନ ସ୍ଥିତି ଖରାପ ହେବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି | ଅନ୍ୟ ପକ୍ଷରେ ଦୁଇ ଦେଶର ପ୍ରତିଦ୍ୱନ୍ଦ୍ୱିତା ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଭାରତ ଏବଂ ଚୀନ୍ ସହ କଥା ହେଉଛନ୍ତି। ଦୁଇ ଦେଶ ମଧ୍ୟରେ ସ୍ଥିତି ସଙ୍ଗୀନ ରହିଛି |

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ମୁତାବକ, “ଏହା ଅତ୍ୟନ୍ତ କଠିନ ପରିସ୍ଥିତି। ଆମେ ଭାରତ ସହ କଥା ହେଉଛୁ। ଆମେ ଚୀନ୍ ସହ କଥା ହେଉଛୁ। ଦୁଇ ଦେଶ ମଧ୍ୟରେ ଏବେ ସମସ୍ୟା ବଢ଼ିବାରେ ଲାଗିଛି ବୋଲି ଟ୍ରମ୍ପ ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି | ଭାରତ ଏବଂ ଚୀନ୍ ମଧ୍ୟରେ ପରିସ୍ଥିତିର ମୂଲ୍ୟାଙ୍କନ ବିଷୟରେ ପଚରାଯିବାରୁ ଟ୍ରମ୍ପ କହିଛନ୍ତି, ଭାରତ-ଚୀନ ଏବେ ଯୁଦ୍ଧ କରିବା ପରିସ୍ଥିତିକୁ ଚାଲି ଆସିଲେଣି | ଆମେ ଦୁଇ ଦେଶକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ |

अमेरिका के राष्ट्रपति डोनाल्ड ट्रंप (फाइल फोटो)

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ, ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ପାଇଁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ | ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଥିଲେ। ତେବେ ତାଙ୍କ ପ୍ରସ୍ତାବକୁ ଉଭୟ ଦେଶ ପ୍ରତ୍ୟାଖ୍ୟାନ କରିଥିଲା।

By amfnews

Related Post