Wed. Dec 25th, 2024

ଭାରତ-ଚୀନ ଉତ୍ତେଜନା ମଧ୍ୟରେ ଡ୍ରାଗନକୁ ଜାପାନ ଓ ତାଇୱାନ ଦେଲା ଚେତାବନୀ

By amfnews Sep 11, 2020 #Featured
153 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ : ରୁଷିଆର ରାଜଧାନୀ ମସ୍କୋ ଠାରେ ଭାରତ ଓ ଚୀନର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଜାରି ଥିବା ବେଳେ ଜାପାନ ଓ ତାଇଓ୍‌ବାନ ଡ୍ରାଗନକୁ ଚେତାବନୀ ଦେଇଛନ୍ତି । ଭାରତ ଓ ଚୀନ ମଧ୍ୟରେ ରୁଷିଆରେ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି । ମାତ୍ର ଏସବୁ ପରେ ବି ଲଦ୍ଦାଖରେ ଉତ୍ତେଜନା ହ୍ରାସପାଇନାହିଁ । ଉଭୟ ଦେଶର ସେନା ଲଦ୍ଦାଖରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିବାରୁଦ ଧରି ସୀମାଠାରୁ ୩୦୦ ମିଟର ଦୂରରେ ଛିଡ଼ା ହୋଇଛନ୍ତି । ଏହାରି ମଧ୍ୟରେ ଜାପାନ ଓ ତାଇୱାନ ନିଜ ଦେଶର ବାୟୁପଥ ଉଲ୍ଲଂଘନ କରିବା ନେଇ ଚୀନକୁ ଚେତାବନୀ ଜାରି କରିଛି ।

ତାଇୱାନର ଉପରାଷ୍ଟ୍ରପତି ଲାଇ ଚିଆଙ୍ଗ-ଟେ କହିଛନ୍ତି, ଚୀନର ଲାଇନକୁ ଫ୍ରାନ୍ସ ନ କରୁ ଏବଂ ନିଜର ଲଢୁଆ ବିମାନକୁ ତାଇୱାନର ବାୟୁ ସୀମାର ଉଲ୍ଲଂଘନ ନକରୁ । ତାଇୱାନ ନିଜର ବାୟୁ ସୀମାର ସୁରକ୍ଷା ଲାଗି ପ୍ରତିରକ୍ଷା ପରିଚୟ କରିଛି । ଏଥି ପାଇଁ କୌଣସି ଭୁଲ ନକରିବାକୁ ଉଦ୍ୟମ କରୁ । ଉପରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ, ତାଇୱାନ ଶାନ୍ତି ଚାହୁଁଛି । କିନ୍ତୁ ନିଜର ଲୋକଙ୍କୁ ପ୍ରତିରକ୍ଷା ଲାଗି ଲଢ଼ିବା ଜାଣିଛି ।

ସେହିଭଳି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ଚୀନକୁ ନିଜ ଦେଶର ସୁରକ୍ଷା ଲାଗି ବଡ଼ ବିପଦ କହିଛନ୍ତି । କୋନୋ କହିଛନ୍ତି ଯେ, ଚୀନ ନିଜର ସେନା ବଳରେ ପୂର୍ବ ଚୀନ ସାଗରରେ ବିସ୍ତାର ଲାଭ କରିବାକୁ ଉଦ୍ୟମ କରୁଛି । କୋନୋ କହିଛନ୍ତି, ଯେତେବେଳେ ମୁଁ ଦେଶର ବିଦେଶ ମନ୍ତ୍ରୀ ଥିଲି, ଜାପାକୁ ଚୀନର ବିପଦ ରହିଛି । କିନ୍ତୁ ମୁଁ ଯେତେବେଳେ ଦେଶର ବିଦେଶ ମନ୍ତ୍ରୀ ଅଛି, ଜାପାନ ଲାଗି ସବୁଠାରୁ ବଡ଼ ବିପଦ ହେଉଛି ଚୀନ ।

By amfnews

Related Post