Fri. Dec 27th, 2024

ଭାରତ ଗସ୍ତରେ ଦକ୍ଷିଣ କୋରିଆର ପ୍ରଥମ ମହିଳା, ଅଯୋଧ୍ୟାରେ ପାଳନ କରିବେ ଦୀପାବଳି

By amfnews Nov 5, 2018 #Featured
220 Views

ନୂଆଦିଲ୍ଲୀ, ନଭେମ୍ବର ୫ : ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍ ଜୁଙ୍ଗ-ସୁକ ଗତକାଲି ଚାରି ଦିନିଆ ଭାରତ ଗସ୍ତରେ ଦିଲ୍ଲୀରେ ଆସି ପହଁଚିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଦୀପାବଳି ଉତ୍ସବ ପାଳନ କରିବା ସହ ଅଯୋଧ୍ୟାରେ ଏକ ସ୍ମାରକୀର ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୁକଙ୍କୁ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ସ୍ୱାଗତ କରିଥିଲେ । ସେ ଆସନ୍ତାକାଲି ୟୁପି ସରକରାଙ୍କ ଦ୍ୱାରା ଆୟୋଜିତ ଦୀପୋତ୍ସୋବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ । ଆଜି ସେ ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳାଙ୍କ ସହ ସାକ୍ଷାତ କରିବେ ଏବଂ ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ମଧ୍ୟ ସୁକ୍ ଆଲୋଚନା କରିବା ନେଇ ସମ୍ଭାବନା ରହିଛି । ଆଜି ସଂନ୍ଧ୍ୟାରେ ସେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାକ୍ଷାତ କରିବେ ।

ଆସନ୍ତାକାଲି ସେ ଅଯୋଧ୍ୟା ଗସ୍ତ କରିବେ ଏବଂ ମହାରାଣୀ ସୁରୀରତ୍ନାଙ୍କ ସ୍ମାରକର ଭୂମି ପୂଜନ ସମାରୋହରେ ଅଂଶଗ୍ରହଣ କରିବେ । କୋରିଆ ସଭ୍ୟତା ମୁତାବକ ପ୍ରାୟ ୨୦୦୦ ବର୍ଷ ପୂର୍ବେ ଅଯୋଧ୍ୟା ରାଜକୁମାରୀ ସୁରୀରତ୍ନା କୋରିଆ ଯାଇଥିଲେ ସେଠାରେ ମହାରାଜା କିମ ସୁରୋଙ୍କୁ ବିବାହ କରିଥିଲେ ।

By amfnews

Related Post