Fri. Nov 8th, 2024

ଭାରତ ଗସ୍ତରେ ଚୀନ ରକ୍ଷା ମନ୍ତ୍ରୀ, ଦିଲ୍ଲୀରେ ନିର୍ମଳା ସୀତାରମଣଙ୍କୁ କଲେ ସାକ୍ଷାତ

By amfnews Aug 23, 2018 #Featured
138 Views

ନୂଆଦିଲ୍ଲୀ, ଅଗଷ୍ଟ ୨୩  :

ଚୀନର ରକ୍ଷା ମନ୍ତ୍ରୀ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । କେନ୍ଦ୍ର ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀର ସାଉଥ ବ୍ଲକରେ ଜେନେରାଲ ୱଇ ଫିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ଚୀନର ରକ୍ଷା ମନ୍ତ୍ରୀଙ୍କୁ ସାଉଥ ବ୍ଲକରେ ଗାର୍ଡ ଅଫ ଅନରରେ ସମ୍ମାନିତ କରାଯାଇଥିଲା । ନିର୍ମଳା ସୀତା ରମଣ ଏବଂ ୱଇ ଫିଙ୍ଗଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ବାର୍ତାଳାପ ଚାଲିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଚୀନ ଏବଂ ଭାରତ ମଧ୍ୟରେ ସମ୍ପର୍କ ସୁଧାରିବା ତଥା ଭାରତୀୟ ସମକକ୍ଷଙ୍କ ସହିତ ଉଭୟଙ୍କର ହିତ ନିମିତ ବିଭିନ୍ନ ମାମଲାରେ ବର୍ତାଳାପ ପାଇଁ ଚୀନର ରକ୍ଷା ମନ୍ତ୍ରୀ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ନିର୍ମଳାଙ୍କ ସହ ସାକ୍ଷାତକାର କରିବା ପଛରେ ଦୁଇ ଦେଶ ମଧ୍ୟରେ ଥିବା ସୀମାରେ ଶାନ୍ତି ସ୍ଥାପନ, ଦୁଇ ସେନାଙ୍କ ମଧ୍ୟରେ ହଟଲାଇନ ସେବା ଚାଲୁ, ବାର୍ଷିକ ସୈନ୍ୟ ଅଭ୍ୟାସ, ଏଲଓସିରେ ବିବାଦ ସହ ସାମ୍ନା କାରିବା ଭଳି କେତେକ ବିଷୟ ରହିଛି ।

ମୋଦୀଙ୍କ ସହ ମଙ୍ଗଳବାର ସାକ୍ଷାତକାର ପରେ ଚୀନ ରକ୍ଷା ମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ଚର୍ଚ୍ଚା କରିଥିଲେ । ଆଧିକାରୀକ ସୂଚନା ମୁତାବକ ଅପ୍ରେଲ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନର ରଷ୍ଟ୍ରପତି ଶୀ ଜିନପିଙ୍ଗଙ୍କ ମଧ୍ୟରେ ଶିଖର ସମ୍ମୀଳନୀରେ ହୋଇଥିବା ନିର୍ଣ୍ଣୟକୁ ଲାଗୁ କରିବା ପାଇଁ ଏବଂ ରକ୍ଷା ପ୍ରତିଷ୍ଠାନ ସହିତ ବିଚାର ବିମର୍ଶ ପାଇଁ ଚୀନ ରକ୍ଷା ମନ୍ତ୍ରୀ ଭାରତ ଆସିଛନ୍ତି । ଢୋକଲାମରେ ଦୁଇ ଦେଶର ସେନା ମଧ୍ୟରେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଗତିରୋଧ ପରେ ଦୁଇ ଦେଶର ପ୍ରମୁଖଙ୍କ ମଧ୍ୟରେ ସାକ୍ଷାତକାରର ନିର୍ଣ୍ଣୟ କରାଯାଇଥିଲା ।

ଚୀନର ରକ୍ଷା ମନ୍ତ୍ରୀ ଏହି ଯାତ୍ରାରେ ୨୪ସଦସ୍ୟୀୟ ପ୍ରତିନିଧୀଙ୍କ ସହ ଆସିଛନ୍ତି । ଏହି ଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ହଟଲାଇନ୍ ସ୍ଥାପନା କରିବା । ୨୦୧୩ରେ ହଟଲାଇନ୍ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଥିଲା । କିନ୍ତୁ ଏହାର କିଛି ଅନ୍ତିମ ପର୍ଯ୍ୟାୟ ବାକି ରହିଥିଲା ।

ଭାରତୀୟ ସେନା କହିବା ମୁତାବକ, ହଟଲାଇନ ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ ଏବଂ ଚୀନୀ ସମକକ୍ଷ ପିଏଲଏଙ୍କ ମଧ୍ୟରେ ହେବା ଜରୁରୀ । ସେହି ସମୟରେ ବେଜିଙ୍ଗର ପ୍ରସ୍ତାବ ଅନୁସାରେ ଚେଙ୍ଗଦୁ ସ୍ଥିତ ପଶ୍ଚିମ ଥିଏଟର କମାନର ଉପ କମାଣ୍ଡର ଭାରତୀୟ ଡିଜିଏମଓଙ୍କ ସହ କଥାବାର୍ତା କରିଥିଲେ ।

By amfnews

Related Post