Sat. Mar 7th, 2026

ଭାରତୀୟ ହକି ଦଳକୁ ଛୁଇଁଲା କରୋନା, ଅଧିନାୟକଙ୍କ ସମେତ ୪ ଖେଳାଳିଙ୍କୁ କରୋନା

312 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮  : ଭାରତୀୟ ହକି ଦଳର କ୍ୟାମ୍ପ ଆରମ୍ଭ ହ୍ୱୋ ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଙ୍କ ସହ ସୁରେନ୍ଦ୍ରର କୁମାର, ଜସକରନ ସିଂ ଏବଂ ବରୁଣ କୁମାର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ବାଙ୍ଗାଲୋର ସ୍ଥିତ ସ୍ପୋର୍ଟ୍ସ ଅଥେରିଟି ଅଫ ଇଣ୍ଡିଆ କ୍ୟାମ୍ପସ ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଏହି ଚାରି ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି.

କରୋନା ପଜିଟିଭ ଚି଼ହ୍ନଟ ହ୍ୱୋ ପରେ ସେଲ୍ଫ କ୍ୱାରେଣ୍ଟିନରେ ରହୁଛନ୍ତି ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ. ଏହା ସହ ସାଇ କ୍ୟାମ୍ପସରେ ତାଙ୍କୁ ମିଳୁଥି୍ୱା ସମସ୍ତ ଚିକିତ୍ସା ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଖୁସି ବ୍ୟକ୍ତ କରିଛନ୍ତି ମନପ୍ରୀତ.

ବିଭିନ୍ନ ସ୍ଥାନରୁ ବେଙ୍ଗାଲୁରୁ ଆସି କ୍ୟାମ୍ପରେ ଯୋଗ ଦେଉଥିବା ଖେଳାଳିମାନେ ପ୍ରଥମେ ୧୪ ଦିନ କ୍ୱାରେନଣ୍ଟିନରେ ରହିବା ବ୍ୟବସ୍ଥା କରାଯାଇଛି. ପଜିଟିଭ ଚି଼ହ୍ନଟ ହୋଇଥିବା ଏହି ଚାରି ଜଣ ଖେଳାଳିଙ୍କ ସହ ଅନ୍ୟ ଦଶ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିବାର ଅଛି.

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିକୁ ମାନି କ୍ରୀଡ଼ାବିତଙ୍କ ପାଇଁ କ୍ୟାମ୍ପ ଆୟୋଜନ କରାଯାଉଛି.

By amfnews

Related Post