268 Views
ନୂଆଦିଲ୍ଲୀ : ଫେବ୍ରୁଆରି ୧ ତାରିଖରେ ଭାରତୀୟ ବାୟୁସେନାର ଟ୍ରେନି ବିମାନ ମିରେଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏବେ ଦୁର୍ଘଟଣାର କାରଣ ଏବଂ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ଏ ନେଇ ବିମାନର ବ୍ଲାକ୍ ବକ୍ସକୁ ଫ୍ରାନ୍ସ ପଠାଯିବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ବାୟୁ ସେନାର ପାଇଲଟ୍ଙ୍କ ସମେତ ସ୍କ୍ଵାଡର୍ନ ଲିଡର ସିଦ୍ଧାର୍ଥ ନେଗି(୩୧) ଏବଂ ସମୀର ଅବ୍ରୋଲ(୩୩) ପ୍ରାଣ ହରାଇଥିଲେ । ଦୁଇ ପାଇଲଟ ଦୁର୍ଘଟଣା ପୂର୍ବରୁ ବିମାନରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରି ନଥିଲେ । ମଝି ଆକାଶରେ ବିମାନରେ ହଠାତ୍ ବିସ୍ଫୋରଣ ଘଟି ବିମାନଟି ତଳେ ପଡ଼ିବା ପରେ ଦୃଶ୍ୟଟି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତୁରନ୍ତ ଏ ନେଇ ସୂଚନା ମିଳିବା ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାହାକୁ ବଞ୍ଚା ଯାଇ ପାରି ନଥିଲା ।