128 Views
ନୂଆଦିଲ୍ଲୀ, ଅଗଷ୍ଟ ୦୪ :ବ୍ରିଟେନର ଡ଼ର୍ବିରେ ୭୫ ବର୍ଷ ବୟସ୍କ ଭାରତୀୟ ବଂଶୋଭବ ଜଣେ ଶିଖ ବିଶ୍ୱର ସବୁଠୁ ଲମ୍ବା କାକୁଡ଼ି ଫଳାଇଛନ୍ତି । ୧୯୯୧ରେ ଭାରତରୁ ଯାଇ ବ୍ରିଟେନ ବାସିନ୍ଦା ହୋଇଯାଇଥିବା ରଘବୀର ସିଂହ ସଂଘେଡ଼ା ନିଜର ଗ୍ରୀନ୍ ହାଉସରେ ୧୨୯ ସେଣ୍ଟିମିଟର (୫୧ ଇଂଚ)ର କାକୁଡ଼ି ଫଳାଇଛନ୍ତି । ଆଗରୁ ଏହି ରେକର୍ଡ଼ ବ୍ରିଟେନର ଇୟାନ ନେଲଙ୍କ ନାମରେ ଥିଲା ।
ସେ ୪୨.୧୩ ଇଂଚର କାକୁଡ଼ିକୁ ୨୦୧୧ରେ ଫଳାଇଥିଲେ ।ଭାରତରେ ଚାଷ ସହ ଜଡ଼ିତ ରଘବୀର ସିଂହଙ୍କ କହିବା କଥା ହେଉଛି ଚାଷରୁ ନାମ କମାଇବାର ନିଶା ତାଙ୍କର ପିଲାବେଳୁ ରହିଛି । କ୍ଷେତରେ ନୁଆ ନୁଆ ଶସ୍ୟ ଫଳାଇବାର ଆଗ୍ରହ ତାଙ୍କର ବର୍ଷ ବର୍ଷ ଧରି ରହିଆସିଛି ।
ତାଙ୍କ କ୍ଷେତରେ ୫୧ ଇଂଚ ଲମ୍ବାର ଏହି କାକୁଡ଼ି ଏବେ ବି ଆହୁରୀ ବଢୁଥିବା ସେ କହନ୍ତି, କିନ୍ତୁ ଏହା କେଉଁ ପ୍ରଜାତି ସେ କହିପାରିବେ ନାହିଁ ବୋଲି କହିଛନ୍ତି । ଏହି ଦୀର୍ଘତମ କାକୁଡ଼ି ମୋତେ ପ୍ରକୃତ ଖୁସି ଦେଉଛି । କାକୁଡ଼ି ବଢିବା କମି ଯିବା ପରେ ସେ ଏହାକୁ ଗିନିଜ ବୁକ୍ ରେକର୍ଡ଼ ପାଇଁ ପଠାଇବେ କହିଛନ୍ତି ।