Wed. Mar 11th, 2026

ଭାରତର ଦାବି ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

250 Views

ନୂଆଦିଲ୍ଲୀ : କର୍ତ୍ତାରପୁର କରିଡରରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପୂର୍ବରୁ ଭାରତର ଦାବି ଉପରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପାକ ଆତଙ୍କବାଦୀ ହାଫିଜ ସଇଦଙ୍କ ସମର୍ଥକ ଗୋପାଳ ସିଂହ ଚାୱଲାଙ୍କୁ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧକ କମିଟିରୁ ହଟାଇ ଦେଇଛି। ଗୋପାଳ ସିଂହ ଚାୱଲା ଏବେ କର୍ତ୍ତାରପୁର କରିଡର କମିଟିର ସଦସ୍ୟ ନାହାନ୍ତି। ତେବେ ଏହି କମିଟିରେ ତାଙ୍କୁ ସାମିଲ କରିବାକୁ ନେଇ ଭାରତ ପକ୍ଷରୁ ବିରୋଧ  କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଭାରତ ଗତବର୍ଷ ହେବାକୁ ଥିବା ବୈଠକକୁ ରଦ୍ଦ କରିଦେଇଥିଲା।

ପାକିସ୍ତାନର ଏହି କୁଖ୍ୟାତ ଆତଙ୍କବାଦୀ  ହାଫିଜ ସଇଦ ଓ ଜୈଶ ମୁଖ୍ୟ ମସୁଦ ଅଜହର ସହ ଗୋପାଳ ସିଂହ ଚାୱଲାଙ୍କ ସମ୍ପର୍କ ରହିଛି। ଏଥିସହ ପାକିସ୍ତାନ ସେନା ଓ ଆଇଏସ୍‌ଆଇଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଛି। ଗୋପାଳ ସିଂହ ଚାୱଲାଙ୍କୁ  ଆଇଏସ୍‌ଆଇ ପଞ୍ଜାବରେ ଖାଲିସ୍ତାନୀ ଓ ବିଚ୍ଛିନ୍ନତାବାଦୀ ଭାବନାକୁ ଉସୁକାଇବା ଭଳି କାମରେ ବ୍ୟବହାର କରିଥାଏ। କିଛି ମାସ ତଳେ ପାକିସ୍ତାନର ସେନା ମୁଖ୍ୟଙ୍କ ସହ ଗୋପାଳ ସିଂହ ଚାୱଲାଙ୍କ ଫଟୋ ଦେଖିବାକୁ ମିଳିଥିଲା।

By amfnews

Related Post