Mon. Nov 25th, 2024

ଭାରତରେ ୪୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବିଦେଶରୁ ଫେରିବା ପରେ ୩ଜଣ ହୋଇଛନ୍ତି କରୋନାର ଶିକାର

By amfnews Mar 9, 2020 #Featured
126 Views

ନୂଆଦିଲ୍ଲୀ : ସୋମବାର ଦିନ ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। କେରଳର ଜଣେ ତିନି ବର୍ଷର ଶିଶୁଙ୍କ ସମେତ ଉତ୍ତରପ୍ରଦେଶରେ ଜଣେ, ଦିଲ୍ଲୀରେ ଜଣେ ଏବଂ ଜମ୍ମୁରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ୪ଜଣଙ୍କ ମଧ୍ୟରୁ ୩ଜଣ ବିଦେଶରୁ ଫେରିଥିବା ବେଳେ ଜଣେ କରୋନା ରୋଗୀଙ୍କ ସଂଶ୍ପର୍ଷ‌ରେ ଆସି କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।

Image result for coronavirus-outbreak-delhi-up-jammu-kashmir-reports-confirmed-case-each-total-india-rises-health-ministry
ଅଧିକାରୀମାନେ ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀ ଇରାନରୁ ଫେରିବା ପରେ ଏହି ଭାଇରସର ଶିକାର ହୋଇ ସାରିଥିବା ଜଣା ପଡ଼ିଥିଲା। ସେହିଭଳି ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ରୋଗୀ ଏବଂ କରେଳରେ ଆକ୍ରାନ୍ତ ହୋଇଥିବା ରୋଗୀ ଇଟାଲୀରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରି ସାରିଥିବାର ଲକ୍ଷଣ ଦେଖାଯାଇଥିଲା। ଉତ୍ତରପ୍ରଦେଶର ମିରଟ ସହରରୁ ଚିହ୍ନଟ କରାଯାଇଥିବା ଚତୁର୍ଥ ରୋଗୀ ଆଗ୍ରାରେ ଥିବା ୬ଜଣ କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବା ପରେ କରୋନାର ଶିକାର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୯୦ରୁ ଅଧିକ ଦେଶରେ ୧୧୦,୦୪୧ଲୋକ ଏହି ରୋଗ ଦ୍ବାରା ଶିକାର ହୋଇସାରିଥିବା ବେଳେ ଏ ପର୍ଯ୍ୟନ୍ତ ୩,୮୨୫ଜଣଙ୍କର ମୃତ୍ୟୁ ଘଟିଛି। ଧିରେ ଧିରେ ଏହାର ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଥିବା କହିଛି।

By amfnews

Related Post