Tue. Mar 10th, 2026

ଭାରତକୁ ମିଳିଲା ପ୍ରଥମ ରାଫେଲ୍ ବିମାନ

207 Views

ନୂଆଦିଲ୍ଲୀ  : ଭାରତୀୟୁ ବାୟୁସେନାକୁ ପ୍ରଥମ ରାଫେଲ୍ ଫାଇଟର ଜେଟ୍ ଫ୍ରାନ୍ସ ହସ୍ତାନ୍ତର କରିଛି। ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ବିଆର ଚୌଧୁରୀ ପାଖାପାଖି ୧ ଘଣ୍ଟା ବିମାନ ଉଡ଼ାଇଛନ୍ତି। ଭାରତୀୟ ବାୟୁସେନାର ସୂଚନା ମୁତାବିକ୍ ଗୁରୁବାର ଫ୍ରାନ୍ସ ଏହି ବିମାନ ହସ୍ତାନ୍ତର କରିଛି। ଏହି ରାଫେଲ୍ ବିମାନର ନମ୍ୱର RB-01 ରହିଛି। RBର ଅର୍ଥ ଭାରତୀୟ ବାୟୁସେନାର ଆଗାମୀ ମୁଖ୍ୟ ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ।

କେନ୍ଦ୍ର ସରକାର ରାଫେଲ୍ ବିମାନ କିଣିବା ପାଇଁ ଏକ କମିଟି ଗଠନ କରିଥିଲେ। ସେହି କମିଟିର ଅଧ୍ୟକ୍ଷ ରହିଛନ୍ତି ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ। ସେ ପୂର୍ବରୁ ରାଫେଲ୍ ବିମାନ ଉଡ଼ାଇ ସାରିଛନ୍ତି।

ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ରାକେଶ କୁମାର ସିଂହଙ୍କ ନାମ ରହିଛି। ଏଯାବତ ସେ ୨୬ ପ୍ରକାର ଲଢ଼ୁଆ ଏବଂ ପରିବହନ ବିମାନ ଉଡ଼ାଇଛନ୍ତି। ଯେଉଁଥିରେ ରାଫେଲ୍ ମଧ୍ୟ ସାମିଲ୍ ରହିଛି। ରାଫେଲ୍ ବିମାନ କିଣିବା ଟିମରେ ସେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ଆରକେଏସ ଭଦୌରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇଛନ୍ତି।

By amfnews

Related Post