Tue. Dec 24th, 2024

ଭାଙ୍ଗିଲା ନିଦ, ଆନ୍ଧ୍ର ଓଡିଶା ସୀମା ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର

By amfnews Feb 8, 2021 #Featured
131 Views

ଭୁବନେଶ୍ୱର, ଫେବୃଆରୀ 08 : ଆନ୍ଧ୍ର ଓଡିଶା ସୀମା ବିବାଦ ବଢିବାରେ ଲାଗିଛି  । ଏବେ ଭାଙ୍ଗିଲା ସରକାରଙ୍କ ନିଦ । ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବେ ସରକାର । ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ ।

ଓଡିଶାର କିଛି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ନିଜ ଆଧିପତ୍ୟ ଜାହିର କରୁଛି  । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଓଡିଶା ଚ୍ୟାଲେଞ୍ଜ କରିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।

By amfnews

Related Post