Thu. Mar 13th, 2025

ଭାଗବତ ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଚ୍ଥି ।

By amfnews Sep 27, 2018 #Featured
172 Views

ଯାଜପୁର, ତା ୨୬ା୯: ଭାଗବତ ଆମ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅମଳିନ ପ୍ରତୀକ । ଏହା ଆମକୁ ସୁ ଶୃଙ୍ଖଳିତ ଓ ଊତ୍କୃଷ୍ଟ ଜୀବନ ନିର୍ବାହ ପାଇଁ ପ୍ରେରଣା ଦେଇଆସିଚ୍ଥି ବୋଲି ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଦଶରଥପୁର ବ୍ଳ୍କ ରାମବାଗର ତଳିଆ ଠାରେ ଦକ୍ଷିଣ ବେଦବାଦୀ ଭାଗବତ ପ୍ରଚାର ସମିତି ପକ୍ଷରୁ ଭାଗବତ ଜନ୍ମ ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ଯୋଗଦେଇ ଭାଗବତ ଭାବଗତ । ଭାଗବତ ଜନ୍ମ ପୂର୍ବରୁ ଓ ମୃତ୍ୟୁ ପରେ ମଧ୍ୟ ଆମ ସଂସ୍କୃୃତି ସହ ଜଡିତ ହୋଇଚ୍ଥି ବୋଲି କହିଥିଲେ । ମାତୃ ଗର୍ଭରେ ଥାଇ ପରିକ୍ଷୀତ ମହାରାଜ କୃଷ୍ଣଙ୍କୁ ଦର୍ଶନ କରିବା ସହ ଜୀବନର ଶେଷ ପର୍ଯ୍ୟାୟରେ ଶୁକମୁନିଙ୍କ ଠାରୁ ଭାଗବତ ଊବାଚ ଶୁଣି ମୁକ୍ତି ପାଇଥିଲେ । ଏବେବି ଆମ ସଂସ୍କୃତିରେ ଜୀବନର ଶେଷ ବେଳେ ଭାଗବତ ବୋଲାଯାଇ ଆତ୍ମାର ମୋକ୍ଷ ପାଇଁ ପରମ୍ପରା ରହି ଆସିଚ୍ଥି ବୋଲି ଶ୍ରୀ ସେଠୀ କହିବା ସହ ପ୍ରତ୍ୟେକ ମଣିଷ ଆଚରଣ ଓ ଊଚ୍ଚାରଣରେ ସାମଞ୍ଜସ୍ୟ ରଖିବାକୁ ପ୍ରତ୍ୟେକ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ ।

ପ୍ରବଚକ କୃଷ୍ଣ ଚନ୍ଦ୍ର ମିଶ୍ର ଭାଗବତର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରି ଏହା ଆମ ଜୀବନକୁ କିପରି ପବିତ୍ର ଓ ମହନୀୟ କରିଚ୍ଥି ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ସମିତିର ମୁଖ୍ୟ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ମହାନ୍ତି, କୃତ୍ତିବାସ ପଣ୍ଡା, ନନ୍ଦ କିଶୋର ପଣ୍ଡା, ବୈଦ୍ୟନାଥ ମହାନ୍ତି, ଅଜିତ୍ ରାଊତ, ଅରୁ ପଟ୍ଟନାୟକ, ନଗେନ ରାଊତ ପ୍ରମୁଖ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସମିତି ଦଶରଥପୁର, ବିଂଝାରପୁର ଓ ଯାଜପୁର ପୈାରାଂଚଳରେ ୭୩ ଟି ଭାଗବତ ପ୍ରଚାର କେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ସମଗ୍ର ଜିଲ୍ଳ୍ାରେ ୧୪୮ ଗୋଟି ଭାଗବତ ପ୍ରଚାର ସମିତି ସ୍ଥାପନ କରିଚ୍ଥି ବୋଲି ମୁଖ୍ୟ ଶ୍ରୀ ପଣ୍ଡା ସୂଚନା ଦେଇଚ୍ଥନ୍ତି ।

By amfnews

Related Post