Sat. Mar 7th, 2026

ଭାଏଗ୍ରା ବିକିବା ନାଆଁରେ ଠକାମି କରି ୮ଜଣ ଗିରଫ

150 Views

ମୁମ୍ବାଇ, ନଭେମ୍ବର ୦୩: ଆମେରିକାର ଅନେକ ଲୋକ ନିଜର ଯୌନ କ୍ଷମତା ବୃଦ୍ଧି ଲାଗି ଭାଏଗ୍ରା ଓ ଅନ୍ୟାନ୍ୟ ଔଷଧର ସର୍ଚ୍ଚ କରନ୍ତି ଗୁଗୁଲରେ। ଏଭଳି କିଛି ଗ୍ରାହକଙ୍କୁ ଠାବ କରି କେତେକ ଅସାମାଜିକ ଲୋକ ସେମାନଙ୍କୁ ଠକିବାର ଉପାୟ ବାହାର କରିଥିଲେ।
ଅଭିଯୁକ୍ତମାନେ ୧୫୦ ଭାଏଗ୍ରା କୁ ୧୦୦ ଡଲାର,୩୫୦ ଭାଏଗ୍ରାକୁ ୨୦୦ ଓ ୫୦୦ ଭାଏଗ୍ରାକୁ ୨୫୦ ଡଲାରରେ ଦେବା କରିବାର ଲୋଭ ଦେଖାଇଲେ କେତେକ ଆମେରିକୀୟ ଗ୍ରାହକଙ୍କୁ। ଗ୍ରାହକମାନେ ଯେତେବେଳେ ଏହି ପ୍ୟାକ୍‌ ନେବା ଲାଗି ରାଜି ହୁଅନ୍ତି,ସେତେବେଳେ ସେମାନଙ୍କୁ ଏକ ବ୍ୟାଙ୍କ୍‌ ଏକାଉଣ୍ଟ୍‌ ନମ୍ବର ଦିଆଯାଏ ଓ ଗ୍ରାହକମାନେ ସେଥିରେ ମନି ଟ୍ରାନ୍‌ସଫର୍‌ କରନ୍ତି।
ଏଭଳି ଉପାୟରେ ଆମେରିକୀୟ ଗ୍ରାହକମାନଙ୍କଠାରୁ ଅର୍ଥ ପାଇବା ପରେ କିନ୍ତୁ ସେମାନଙ୍କୁ ଭାଏଗ୍ରା ଯୋଗାଉନଥିଲେ ଅଭିଯୁକ୍ତମାନେ। ଆମେରିକୀୟ ଗ୍ରାହକମାନେ ଭାବୁଥିଲେ ଯେ ସେମାନେ ଆମେରିକାରେ ହିଁ ଭାଏଗ୍ରା ପାଇଁ ଅର୍ଡର ଦେଇଛନ୍ତି,ମାତ୍ର ପ୍ରକୃତରେ ଅଭିଯୁକ୍ତମାନେ ଏକ ସ୍ୱତନ୍ତ୍ର ସଫ୍‌ଟେଓ୍ଵର୍‌ ଜରିଆରେ ଏହି ଠକାମି କରୁଥିଲେ। ସେମାନେ ଭାରତରୁ ଫୋନ୍‌ କରୁଥିଲେ,କିନ୍ତୁ ଆମେରିକୀୟ ଗ୍ରାହକମାନଙ୍କ ମୋବାଇଲ୍‌ରେ ତାହା ଆମେରିକାର ନମ୍ବର ଦେଖାଉଥିଲା।

ଏହି କଲସେଣ୍ଟର ମୁମ୍ବାଇର କୁର୍ଲା ଠାରେ ଅଛି। ମୁମ୍ବାଇର କ୍ରାଇମ୍‌ବ୍ରାଞ୍ଚର ଡିସିପି ଦିଲୀପ ସାଓ୍ଵନ୍ତଙ୍କ ଅନୁଯାୟୀ ଏହି ଠକ ର‍୍ୟାକେଟ୍‌ରେ ଥିବା ସମସ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୧୧ଟି ହାର୍ଡ ଡିସ୍କ୍‌,ଗୋଟିଏ ସର୍ଭର,୧୨ଟି ମୋବାଇଲ ଫୋନ୍‌ ଓ ଓ୍ଵାଇ-ଫାଇ ରାଉଟର ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇସିସି ଧାରା ୪୧୯,୪୨୦ ଓ ୩୪ ବ୍ୟତୀତ ଆଇଟି ଆକ୍ଟ ଧାରା ୬୬(ବି)ସି,ମାମଲା ରୁଜୁ କରାଯାଇଛି।

By amfnews

Related Post