Sat. Mar 7th, 2026

ଭଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଥିବା ଏନ୍‌-୯୫ ମାସ୍କ ବ୍ୟବହାରକୁ ବାରଣ କରି ରାଜ୍ୟଗୁଡ଼ିକୁ ଚିଠି ଲେଖିଲା କେନ୍ଦ୍ର

232 Views

ନୂଆଦିଲ୍ଲୀ: ଭଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଥିବା ଏନ୍‌-୯୫ ମାସ୍କର ଉଚିତ ବ୍ୟବହାର ହେଉ ନଥିବା କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର। ଏହି ମାସ୍କ ଭାଇରସ୍‌କୁ ବ୍ୟାପିବାରୁ ରୋକି ନଥାଏ ଓ ଏହା ଏକ ହାନିକାରକ ମାସ୍କ ବୋଲି କେନ୍ଦ୍ର ସରକାର ଲିଖିତ ଭାବେ ଜଣାଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ହେଲ୍‌ଥ ସର୍ଭିସ(ଡିଜିଏଚ୍‌ଏସ୍‌) ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟ ବିଭାଗର ପ୍ରିନ୍ସିପାଲ୍‌ ସେକ୍ରେଟେରିମାନଙ୍କୁ ଜଣାଯାଇଛି କି ଏନ୍‌-୯୫ ମାସ୍କର ଉଚିତ ବ୍ୟବହାର ହେଉନାହିଁ, ବିଶେଷ କରି ଯେଉଁଥିରେ ଭଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଲୋକମାନଙ୍କୁ ଗୃହ ନିର୍ମିତ ସାଧାରଣ କପଡ଼ା ମାସ୍କ ବ୍ୟବହାର କରିବାକୁ କୁହାଯାଇଛି।

ଜାରି ହୋଇଥିବା ପତ୍ରରେ ଆହୁରି ବି ଲେଖାଯାଇଛି ଯେ ‘ଭଲ୍‌ବ୍ଡ ରେସ୍‌ପିରେଟର୍‌ ଲାଗିଥିବା ଏନ୍‌-୯୫ ମାସ୍କ ବ୍ୟବହାର କରିବା ଏଥିପାଇଁ କ୍ଷତିକାରକ, ଭାଇରସ୍‌ ଥରେ ସେହି ମାସ୍କ ଭିତରକୁ ପଶିଲେ ଆଉ ବାହାରକୁ ବାହାରିବାର ସୁବିଧା ସେଥିରେ ନାହିଁ।’

ଡିଜିଏଚ୍‌ଏସ୍ ରାଜୀବ ଗର୍ଗ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଫିସିଆଲ୍ ୱେବସାଇଟ୍‌ରେ କ୍ଷତିକାରକ ଏନ୍‌-୯୫ ମାସ୍କ ବ୍ୟବହାର ନ କରି ଘରେ ତିଆରି ହୋଇଥିବା ସାଧାରଣ କପଡ଼ା ମାସ୍କରେ ମୁହଁ ଢାଙ୍କିବାକୁ ପରାମର୍ଶ ଦେଇଛନ୍ତି।

ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ଗତ ଏପ୍ରିଲ୍‌ ମାସରେ ସରକାର ଏକ ଆଡ୍‌ଭାଜରି ଜାରି କରି ସସସ୍ତଙ୍କୁ ବାହାରକୁ ଯିବା ସମୟରେ ଘରେ ତିଆରି ହୋଇଥିବା ଫେସ୍‌ମାସ୍କ ପିନ୍ଧିବାକୁ କହିଥିଲେ। ଆଡ୍‌ଭାଇଜରିରେ ଆହୁରି ବି ଲେଖାଯାଇଥିଲା ଯେ ଫେସ୍‌ମାସ୍କକୁ ପ୍ରତିଦିନ ଧୋଇବା ଉଚିତ। କୌଣସି ବି ସୂତା କପଡ଼ାକୁ ମାସ୍କ ଭ‌ା‌ବେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଥିଲା। ମାସ୍କକୁ ଧୋଇବା ସମୟରେ ସାମାନ୍ୟ ଲୁଣ ପକାଇବା ଉଚିତ ଓ ଜଣକ ଫେସ୍‌ମାସ୍କକୁ ଅନ୍ୟ ଜଣଙ୍କୁ ବ୍ୟବହାର କରିବାକୁ ଆଡ୍‌ଭାଇଜଜରିରେ ମନା କରାଯାଇଥିଲା।

By amfnews

Related Post