ଭୁବନେଶ୍ୱର, ଫେବୃଆରୀ 11 : ଚନ୍ଦକାର ଅନ୍ଧାରୁଆ- ଦାସପୁର ଅଞ୍ଚଳରୁ ଜବତ ହୋଇଥିବା ମୁଣ୍ଡବିହୀନ ମୃତଦେହର ପରିଚୟ ମିଳିବା ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ତେବେ ଏହି ମୁଣ୍ଡ ଏବେ ମିଳିଯାଇଛି । ଭରତପୁର ଜଙ୍ଗଲରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ମୃତ ମହିଳାଙ୍କ ନାଁ ପୁଷ୍ପଲତା ଓ ତାଙ୍କ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି ।ମୃତଦେହ ମିଳିବାର ଦୁଇ କିଲୋମିଟର ଦୂରରୁ ମିଳିଛି ଏହି କଟାମୁଣ୍ଡ ।ଏହି ସମୟରେ ଉପସ୍ଥିତ ଥିଲେ ଭୁବନେଶ୍ୱର ଡିସିପି ।
ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ସୁଚନା ଅନୁସାରେ ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ । ତେବେ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା