Fri. Mar 6th, 2026

ଭଦ୍ରକ ସହରରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର୍

297 Views

ଭଦ୍ରକ: ଭଦ୍ରକ ସହରରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ପୁଲିସ୍ ଜଣଙ୍କୁ ଏହି ମାମଲାରେ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ଜନୈକ ଲୋକଙ୍କ ଘରେ ଏକ ନକଲି ଜର୍ଦ୍ଦା କାରଖାନା ଚାଲୁଥିବାର ପୁଲିସ୍ ଜାଣିବାକୁ ପାଇଥିଲା। ଏହାପରେ ପୁରୁଣା ବଜାର ଥାନା ପୁଲିସ ପକ୍ଷରୁ କରିମ୍ ଖାଁଙ୍କ ଘରେ ଚଢାଉ କରାଯାଇଥିଲା। ସେଠାରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା। ସେଠାରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ତିଆରି ଲାଗି ସାମଗ୍ରୀ, କେମିକାଲ୍, ଯନ୍ତ୍ରପାତି, ବିଭିନ୍ନ ନାମୀ କଂପାନିର ଲୋଗୋ ଆଦି ଜବତ କରାଯାଇଥିଲା।

ଘଟଣାସ୍ଥଳରୁ ପୁଲିସ୍ ରାଜା ଖାଁ ନାମକ ଜଣେ ଲୋକକୁ ଥାନାରେ ଆଣି ଅଟକ ରଖିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରିମ୍ ଖାଁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। କୁହାଯାଉଛି ଯେ ପୁରୁଣା ବଜାର ଥାନା ଅଞ୍ଚଳରେ ଏଭଳି ବହୁ ନକଲି ଜର୍ଦ୍ଦା ତିଆରି କାରଖାନା ଚାଲୁଥିବାର ପୁଲିସ୍ ଜାଣି ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

By amfnews

Related Post