209 Views
ଦୀର୍ଘ ଚାରି ଦିନ ଧରି ଶ୍ରୀମନ୍ଦିରରେ ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହେବ । ମହାପ୍ରଭୁଙ୍କ ମହାପ୍ରସାଦରୁ ବଞ୍ଚିତ ହୋଇଥିବା ଭକ୍ତମାନେ ଆଜି ଅବଢ଼ା ପାଇବେ । ସୁଆର ଓ ମହାସୁଆର ନିଯୋଗ ବିନା କ୍ଷତିପୂରଣରେ ଅବଢ଼ା ରାନ୍ଧିବାକୁ ପ୍ରସ୍ତୁତ ହୋଇଥିବାରୁ ପ୍ରଶାସନ ଆଶ୍ୱସ୍ତି ହେବା ସହ ଭକ୍ତମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଗତ ୧୬ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା । ମାତ୍ର କୋର୍ଟ ରଖିଥିବା କିଛି କଟକଣାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ, ଫଳରେ କିଛି ନୀତିକାନ୍ତି ବିଳମ୍ବ ହୋଇଥିଲା । ସେହିଦିନ ମହାପ୍ରଭୁଙ୍କ ପାଖରେ ମଧ୍ୟାହ୍ନରେ ମହାପ୍ରସାଦ ଲାଗି ହୋଇନଥିଲା । ଯାହାଦ୍ୱାରା ପ୍ରାୟ ୫୦ ଲକ୍ଷ ଟଙ୍କାର ଅମୁଣିଆ ଅବଢ଼ାକୁ କୋଇଲି ବୈକୁଣ୍ଠରେ ପୋତା ଯାଇଥିଲା ।