Sun. Mar 8th, 2026

ଭଉଣୀ ବାହାଘର ପାଇଁ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଡାକ୍ତର

213 Views

ଚଣ୍ଡିଗଡ଼: ହରିୟାଣାର ରୋହତକ୍‌ସ୍ଥିତ ପିଜିଆଇଏମ୍‌ଏସ୍‌ରେ ଏମ୍‌ଡି କୋର୍ସ କରୁଥିବା ଜଣେ ୩୦ ବର୍ଷିୟ କର୍ଣ୍ଣାଟକୀ ଡାକ୍ତର ଡାକ୍ତରଖାନା ପରିସର ମଧ୍ୟରେ ଥିବା ହଷ୍ଟେଲ୍‌ରେ ଆତ୍ମହତ୍ୟା କରିଛନ୍ତି ବୋଲି ଶୁକ୍ରବାର ଦିନ ପୁଲିସ କହିଛି।

କର୍ଣ୍ଣାଟକର ଧାରଓ୍ଵାଡ଼ବାସୀ ଓଁକାର ନାମକ ସେ ଡାକ୍ତର ଗୁରୁବାର ରାତିରେ ସେ ରହୁଥିବା ହଷ୍ଟେଲ୍‌ ସିଲିଙ୍ଗ୍‌ରେ ଫାଶୀ ଦେଇ ମରିଛନ୍ତି ବୋଲି ରୋହତକ୍‌ ଥାନା ଏସ୍‌ଏଚ୍‌ଓ କୈଳାଶ ଚନ୍ଦର କହିଛନ୍ତି।

ବିଭାଗୀୟ ମୁଖ୍ୟ ହଇରାଣ କରିବାରୁ ପେଡିଆଟ୍ରିକ୍ସ୍‌ରେ ଏମ୍‌ଡି କରୁଥିବା ଓଁକାର ଚରମ ନିଷ୍ପତ୍ତି ନେଇଥିବା କଥା ଚନ୍ଦର କହିଛନ୍ତି।

ସେ କହିଛନ୍ତି: ସ୍ୟୁସାଇଡ୍‌ ନୋଟ୍‌ ଲେଖି ନ ଥିଲେ ବି, ଓଁକାରଙ୍କ ସହକର୍ମୀ ଏବଂ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବିଭାଗୀୟ ମୁଖ୍ୟ ତାଙ୍କୁ ହଇରାଣ ହରକତ କରୁଥିଲେ। ଆହୁରି କଥା ଉଠିଛି ଯେ ଭଉଣୀ ବାହାଘରରେ ଯୋଗ ଦେବାକୁ ବିଭାଗୀୟ ମୁଖ୍ୟ (ଜଣେ ମହିଳା) କୁଆଡ଼େ ଓଁକାରଙ୍କ ଛୁଟି ମଞ୍ଜୁର କଲେ ନାହିଁ। କିଛି ଦିନ ପରେ ଓଁକାରଙ୍କ ଭଉଣୀ ବାହାଘର ହୋଇଥାଆନ୍ତା।

ଆଇପିସି ଧାରା ୩୦୬ ବଳରେ ବିଭାଗୀୟ ମୁଖ୍ୟ ସେ ଡାକ୍ତରାଣୀଙ୍କୁ ବୁକ୍‌ କରାଯାଇ ମାମଲା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post