Thu. Mar 12th, 2026

ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

192 Views

ସମ୍ୱଲପୁର  :   ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ସକାଳେ ଜଳ ପତ୍ତନ ୬୧୫.୫୨ ଫୁଟରେ ପହଞ୍ଚିଛି। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୦ ହଜାର ୩୬୪ କ୍ୟୁସେକ୍ ପାଣି ପଶୁଥିବାବେଳେ ୧୮ ହଜାର ୮୫୭ କ୍ୟୁସେକ ପାଣି ନିଷ୍କାସନ ହେଉଛି।

ଜଳ ବିଦ୍ୟୁତ କେନ୍ଦ୍ର ମାଧ୍ୟମରେ ୧୫ ହଜାର ୧୩୨ କ୍ୟୁସେକ୍ ପାଣି ବାହାରୁଛି। ସେହିପରି କେନାଲ ବାଟେ ୩ ହଜାର ୫୫୫ କ୍ୟୁସେକ୍ ପାଣି ଛଡ଼ା ଯାଉଥିବାବେଳେ ବିଭିନ୍ନ କଳ କାରଖାନାକୁ ୧୭୦ କ୍ୟୁସେକ ପାଣି ଯୋଗାଇ ଦିଆଯାଉଛି। ବର୍ଷା ଲାଗି ରହିଥିବାରୁ ୧୪ ତାରିଖରେ ଜଳ ଭଣ୍ଡାରର ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ତଳ ମୁଣ୍ଡର ଲୋକଙ୍କୁ ସଚେତନ କରାଯାଉଛି। ସତର୍କ ରହିବାକୁ ଓ ନଦୀ ଶଯ୍ୟାରୁ ଦୂରେଇ ରହିବାକୁ ମାଇକ୍‌ରେ ପ୍ରଶାସନ ପ୍ରଚାର କରୁଛି।

By amfnews

Related Post