Sat. Mar 7th, 2026

ବଡ଼ି ଭୋରରୁ ଏସ୍‌ସିବିରେ ପହଞ୍ଚିଲେ ପାଣ୍ଡିଆନ; ବାହାରୁ ମିଟିଂ କରି ପଳାଇଲେ, ରୋଗୀଙ୍କୁ ଭେଟିଲେନି

291 Views

କଟକ : ‘ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। ଏହିକ୍ରମରେ ଆଜି ବଡ଼ି ଭୋରରେ ପାଣ୍ଡିଆନ ଓ ତାଙ୍କ ଟିମ୍‌ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡ଼ିଛି। କିନ୍ତୁ ସେ କୌଣସି ୱାର୍ଡକୁ ଯାଇ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍‌ସିବି ପରିସରରେ ଉପସ୍ଥିତ ଥିଲେ।

ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, “ପାଣ୍ଡିଆନ ଆସି ବାହାରୁ ମିଟିଂ କରି ପଳାଇଲେ। ୱାର୍ଡକୁ ଗଲେ ନାହିଁ କି, ରୋଗୀମାନଙ୍କ ଭଲ ମନ୍ଦ  ବୁଝିଲେ ନାହିଁ। ତା’ହେଲେ ଲାଭ କ’ଣ ହେଲା? ମୁଁ ରୋଗୀକୁ ନେଇ ୧୩ ଦିନ ହେବ ମେଡିକାଲରେ  ଅଛି, ହେଲେ ମୋତେ ବେଡ୍‌ ମିଳିନାହିଁ। ଆସନ୍ତକାଲି ବେଡ୍ ମିଳିବ ବୋଲି ଡାକ୍ତର କହିଛନ୍ତି।”

 

By amfnews

Related Post