Sun. Nov 24th, 2024

ବ୍ୟାଙ୍କ ସମ୍ମୁଖରୁ ଦୁର୍ବୁତ୍ତ ଲୁଟିନେଲେ୨ ଲକ୍ଷ

By amfnews Oct 24, 2018 #Featured
105 Views

ରାଉରକେଲା, ୨୪ା୧୦ : ସେକ୍ଟର-୧୯ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି ୨ ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ସୂଚନା ଅନୁଯାୟୀ ସେକ୍ଟର-୧୭, ଏ-୨୫୬ରେ ରହୁଛନ୍ତି ବନମାଳୀ ସ୍ୱାଇଁ (୬୧) । ଶ୍ରୀ ସ୍ୱାଇଁ ସେକ୍ଟର-୧୯ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗ୍ରେ ଧରି ଏକ ବାଇକ୍ ଯୋଗେ ଫେରୁଥିବା ବେଳେ ନେହେରୁ ପାର୍କ ସାମ୍ନାରେ ଲୁଟର ଶିକାର ହୋଇଥିଲେ । ନେହେରୁ ପାର୍କ ସାମ୍ନାରେ ହଠାତ୍ ଦୁଇ ଜଣ ଯୁବକ ଅନ୍ୟଏକ ଗାଡିରେ ଆସି ଟଙ୍କା ବ୍ୟାଗ୍ ଛଡାଇ ନେଇ ଚମ୍ପଟ ମାରିଥିଲେ । ଲୁଟିଆଙ୍କ ପିଛା ସେମାନେ କରିଥିଲେ ଲୁଟିଆମାନେ ଦ୍ରୁତ ବେଗରେ ଗାଡି ଚଳାଇ ଫେରାର୍ ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ସେକ୍ଟର-୧୯ ପୁଲିସ୍ ସେଠାରେ ପହଞ୍ôଚଥିଲା । ଖୋଜାଖୋଜି କରିଥିଲେ ମଧ୍ୟ ଲୁଟିଆଙ୍କ ଟେର୍ ପାଇନଥିଲା । ତେଣୁ ପୂର୍ବରୁ ବ୍ୟାଙ୍କରେ ରହି ଲୁଟିଆମାନେ ଶ୍ରୀ ସ୍ୱାଇଁଙ୍କୁ ଅନୁସରଣ କରିଥିବା ଅନୁମାନ କରାଯାଉଛି । ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ ସେକ୍ଟର-୧୯ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରାୟ ୨୦ ଦିନ ଲୁଟିଆମାନେ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଅପରାଧି ଧରାପଡିନାହାନ୍ତି ।

By amfnews

Related Post