Sun. Mar 8th, 2026

ବ୍ୟାଙ୍କ ଲୁଟ୍‌ କରିବାକୁ ଆସିଥିଲେ, ଟଙ୍କା ବାକ୍ସ ଭାବି ନେଇଗଲେ ଖାଲି ବାକ୍ସ

187 Views

ସାଲେପୁର : ‍ପୂର୍ବ ଯୋଜନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ଡକାୟତି କରିବାକୁ ପହଞ୍ଚିଲେ ୩ ଯୁବକ। ପ୍ରଥମେ ବ୍ୟାଙ୍କର ଝରକା ଭାଙ୍ଗି ପଶିଲେ। ଏହାପରେ କ୍ୟାସ୍‌ କାଉଣ୍ଟର ଭିତରକୁ ବି କାଚ ଭାଙ୍ଗି ପଶିଗଲେ। ଆଉ ଆଖି ପିଛୁଳାକେ ଏକ ବାକ୍ସକୁ ନେଇ ଫେରାର ହୋଇଗଲେ। ହେଲେ ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇଗଲେ, ତାହା ପ୍ରକୃତରେ ଏକ ଖାଲି ବାକ୍ସ ଥିଲା। ଏପରି ଘଟଣା  କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ଵର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଗତ ରାତିରେ ଘଟିଯାଇଛି। ଦୁର୍ବୁତ୍ତଙ୍କ ଏପରି କାରନାମା ବ୍ୟାଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଛି।

ବ୍ୟାଙ୍କ ମ୍ୟାନେଜର ଆଜି ବ୍ୟାଙ୍କରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜାଣିପାରି  ଭଦ୍ରେଶ୍ଵର ଫାଣ୍ଡିରେ ଏତଲା ଦେଇଛନ୍ତି। ପୁଲିସ୍‌ ପହଞ୍ଚି ଘଟଣାର  ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ମୁହଁକୁ ଢାଙ୍କି ନ ଥିବାରୁ  ଖୁବ୍‌ଶୀଘ ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ଆଲୋଚନା ହେଉଛି।

By amfnews

Related Post