Fri. Dec 27th, 2024

ବ୍ୟବସାୟୀ ପିତା ଚାପୁଡା ମାରିବାରୁ ପୁଅ ନେଲା ପ୍ରତିଶୋଧ, କରିଲା ହତ୍ୟା

By amfnews Oct 9, 2018 #Featured
159 Views

ନୂଆଦିଲ୍ଲୀ, ଅକ୍ଟୋବର ୦୯ : କ୍ୟାମିକାଲ ବ୍ୟବସାୟୀ ଅନୀଲ ଖେଡା ହତ୍ୟା ମାମଲାର ନୂତନ ମୋଡ ଆସିଛି । ଏହି ହତ୍ୟାକାଣ୍ଡରେ କଳିଯୁଗର ପୁଅ ଗୌରବ ଗିରଫ ହୋଇଛି । ପୋଲିସ କହିଛି, ପାରିବାରିକ ଘଟଣାକୁ ନେଇ ଅନୀଲ ଦିନେ ନିଜ ପୁଅକୁ ବହୁ ବୁଝାଇଥିଲେ, ମାତ୍ର ଗୌରବ ବିରୋଧ କରିବାରୁ ଏକ ଚାପୁଡା ମାରିଥିଲେ । ଏହା ପରେ ଗୌରବ ନିଜ ପିତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ସେଥିପାଇଁ ୫ ଲକ୍ଷ ଟଙ୍କା ଦେଇ ଦେ ୨ ଜଣ ସୁପାରୀ ଠିକ କରିଥିଲା । 

କ୍ରାଇମ ବ୍ରାଞ୍ଚ ଅତିରିକ୍ତ ସିପି ଅଜୀତ ସିଙ୍ଗଲା କହିଛନ୍ତି, ଅନୀଲଙ୍କୁ ଗତ ମେ’ମାସ ୨୧ରେ ସାହିବାବାଦ ଅଞ୍ଚଳରେ ହତ୍ୟା କରାଯାଇଥିଲା । ସେହି ସମୟରେ ଅନୀଲ ଏକ ବୈଠକ ଶେଷ କରି ତରବରିଆ ଭାବରେ ବାହାରୁ ଥିଲେ । ଏହି ସମୟରେ ବାଇକରେ ଆସି ୨ ଜଣ ପହଞ୍ଚିଥିଲେ । ଅନୀଲ କିଛି ଭାବିବା ପୂର୍ବରୁ ଶରୀରରେ ଦୁର୍ବୃତ୍ତଙ୍କ ଗୁଳି ଲାଗି ସାରିଥିଲା । ଦୁର୍ବୃତ୍ତମାନେ ଅନୀଲଙ୍କୁ ଅତି ନିକଟରୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ ସାହିବାବାଦ ଥାନାରେ ହତ୍ୟାକାଣ୍ଡ ନେଇ ଏକ ଅଭିଯୋଗ ହୋଇଥିଲା କିନ୍ତୁ ଗାଜିଆବାଦ ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରି ନଥିଲା । କାରଣ ପୋଲିସ ପାଖରେ ପ୍ରମାଣ ନଥିଲା ।

ବହୁ ଦିନ ପରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚକୁ ଏକ ଗୁଇନ୍ଦା ସୂଚନା ଆଧାରରେ ଦୁର୍ବୃତ୍ତମାନଙ୍କ ସଂପର୍କରେ ତଥ୍ୟ ମିଳି ପାରିଥିଲା । ପୋଲିସ ହତ୍ୟା ଅଭିଯୋଗରେ ପୁଅ ଗୌରବ ଖେଡାଙ୍କ ବ୍ୟତୀତ ତା’ର ବନ୍ଧୁ ବିଶାଳ ଗର୍ଗ ଓ ସାଦିକକୁ ଗିରଫ କରିଛି । ଜଣେ ସୁପାରୀ ଏବେ ବି ଫେରାର ଅଛି ।

By amfnews

Related Post