Wed. Dec 25th, 2024

ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

209 Views

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟକାରିଣୀର ଏକ ଜରୁରୀକାଳୀନ ବୈଠକ ନଟରାଜ ସଂଗୀତ ମହାବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି  ଯୁଗଳକିଶୋର ପାଣି ଅଧ୍ୟକ୍ଷତା  କରିଥିଲେ । ଜିଲ୍ଲା ସମ୍ପାଦକ  ମଧୁସୂଦନ ରାଉତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ   ଅଶେଷ ମହାପାତ୍ର, ବିଜୟ କୁମାର ସାମଲ, ରଞ୍ଜନ ସାହୁ, ସୁମନ୍ତ କୁମାର ବେହେରା, ଚତୁର୍ଭୁଜ ମଲ୍ଲିକ, ଯୁଗଳ କିଶୋର ସାହୁ, ବିଜୟ କେତନ ନାୟକ, ଗୌରେଶ୍ୱର ମିଶ୍ର, ପଙ୍କଜ ଲୋଚନ ସାହୁ, ନାରାୟଣ ଘଡେଇ, ଶଶିଭୂଷଣ ଦାସ, ଗଣେଶ କୁମାର ବାଇ ଓ ଯଦୁମଣି ମହନ୍ତ ପ୍ରମୁଖ ବୈଠକ ପରିଚାଳନା କରିଥିଲେ । ସମ୍ପ୍ରତି ବ୍ଲକ୍ଗ୍ରାଂଟ୍ ହାଇସ୍କୁଲ୍ ଶିକ୍ଷକ କର୍ମଚାରୀମାନଙ୍କ ଭାଗ୍ୟ ଭବିଷ୍ୟତକୁ ନେଇ ଯେଉଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ବୈଠକରେ ସମସ୍ତ ସଭ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ।

ମାନ୍ୟବର ଉଚ୍ଚତମ ଅଦାଲତଙ୍କର ନିର୍ଦ୍ଦେଶାନୁଯାୟୀ ସମାନଧରଣର ୪୨ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କୁ ଯେଉଁ ସୁବିଧା ରାଜ୍ୟ ସରକାର ପ୍ରଦାନ କଲେ, ତାହା ସେହିଭଳି ବ୍ଲକ୍ ଗ୍ରାଂଟ୍ ପାଉଥିବା ଅନ୍ୟ ବିଦ୍ୟାଳୟମାନଙ୍କ ପାଇଁ କାହିଁକି ପ୍ରଜୁଯ୍ୟ ନାହିଁ ବୋଲି ଯୁକ୍ତି ବାଢିଥିଲେ ।  ଆଗାମୀ ଦିନରେ ସରକାରଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ଓ ଦାବୀହାସଲ ପର୍ଯ୍ୟନ୍ତ ଆନ୍ଦୋଳନ, ଧର୍ମଘଟ ଓ ପ୍ରତିବାଦ ସଭା ଜାରି ରହିବ ବୋଲି ଜଣାଇଥିଲେ । ପରିଶେଷରେ ଶ୍ରୀକାନ୍ତ ଚିନାରା ଧନ୍ୟବାଦ ଦେଇଥିଲେ  ।

Related Post