ରାଉରକେଲା, ୨୬/୬: ପାନପୋଷ ବ୍ଲକ୍ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ସଭାପତି ମାତାଦିନ ଜୟସୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ ଉପସ୍ଥିତ ଥିଲେ ।
ଜିଲା ସଭାପତି ଶ୍ରୀ ରାୟ ତାଙ୍କ ଭାଷଣରେ କହିଲେ ଯେ, ସମସ୍ତ କଂଗ୍ରେସ ଲୋକ ନିଜ ଭିତରେ ଥିବା ମତଭେଦ ଭୁଲି କଂଗ୍ରେସ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ଶକ୍ତିଶାଳୀ ହେଲେ ବିଜେଡି ଓ ବିଜେପିକୁ ସାମନା କରିପାରିବ ବୋଲି କହିଥିଲେ । ବର୍ତ୍ତମାନ ବ୍ଲକ୍ କଂଗ୍ରେସ କମିଟିକୁ ପୁନର୍ଗଠନ କରି ୱାର୍ଡ ଏବଂ ବୁଥ୍ମାନଙ୍କୁ କ୍ରିୟାଶୀଳ କରିବା ପାଇଁ ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାହାବୁଦ୍ଦିନ, ବି.କେ. ଟପ୍ପୋ, ପ୍ରସନ୍ନ ବଳିୟାରସିଂ, ରାମପ୍ରସାଦ ଜୟସ୍ୱାଲ, ବୁଲୁ ଦାସ, ମହମ୍ମଦ ସାହିଦ ପ୍ରମୁଖ ଉପସ୍ଥିତ ରହିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।