Tue. Nov 26th, 2024

ବ୍ରିଟେନ ତୈଳ ଟ୍ୟାଙ୍କରକୁ ଜବତ କଲା ଇରାନ, କ୍ରୁ ମେମ୍ବରଙ୍କ ମଧ୍ୟରେ ସାମିଲ ଭାରତୀୟ

By amfnews Jul 20, 2019 #Featured
346 Views

ନୂଆଦିଲ୍ଲୀ :  ଗତକାଲି ଇରାନ ଷ୍ଟେଟ୍ ଅଫ ହୋମୁର୍ଜରେ ବ୍ରିଟିଶ ତେଲ ଟ୍ୟାଙ୍କରକୁ ଜବତ କରିଥିବା ଦାବି କରିଛି ।  ଷ୍ଟେନା ଇମ୍ପେରୋ ଟ୍ୟାଙ୍କର ଓ ସାମୁଦ୍ରିକ ସଂଗଠନର ଅନୁରୋଧ ପରେ ଟ୍ୟାଙ୍କରକୁ ରିଭଲ୍ୟୁସନାରୀ ଗାର୍ଡସଙ୍କ ଦ୍ୱାରା ଜବତ କରାଯାଇଛି । କାରଣ ଜବତ ତୈଳ ଟ୍ୟାଙ୍କର ନିୟମ ପାଳନ କରୁନଥିବା କୁହାଯାଇଛି ।

ଏହି ଘଟଣାକୁ ବ୍ରିଟେନ ଗୁରୁତର ସହ ନେଇଛି । ବ୍ରିଟେନ କହିଛି, ଟ୍ୟାଙ୍କର ବାବଦରେ ତଥ୍ୟ ଅନୁସନ୍ଧାନ ଚାଲିଛି । ଏହା ସାଉଦି ଆରବ ଯାଉଥିଲା ଓ ଷ୍ଟେଟ ଅଫ ଗଲ୍ଫ ଆଡେ ମୁହାଁଇଥିଲା । ଟ୍ୟାଙ୍କରର କ୍ରୁ ମେମ୍ବରଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ ।

ତେବେ ଇରାନ ନ୍ୟୁଜ ଏଜେନ୍ସି କହିଛି,  ଟ୍ୟାଙ୍କରକୁ ବନ୍ଦରରେ ଅଟକ ରଖାଯାଇଛି କାରଣ ଏହା ରିଭଲ୍ୟୁସନାରୀ ଗାର୍ଡସଙ୍କ ଚେତାବନୀକୁ ଅଣଦେଖା କରି ଭୁଲ ଦିଗରେ ଗତି କରୁଥିଲା ।

ପରିସ୍ଥିତି ଗମ୍ଭୀର ହେବା ନେଇ ବ୍ରିଟେନର ଚେତାବନୀ

ବ୍ରିଟେନ ବୈଦେଶିକ ସଚିବ ଜରେମୀ ହଣ୍ଟ କହିଛନ୍ତି, ଅତିଶୀଘ୍ର ସ୍ଥିତିରେ ପରିବର୍ତନ ନହେଲେ ପରିଣାମ ଗମ୍ଭୀର ହେବ । ବ୍ରିଟେନ କୌଣସୀ ସୈନ୍ୟ ବିକଳ୍ପ ଆଡକୁ ନ ମୁହାଁଇଲେ ମଧ୍ୟ କୁଟନୈତିକ ସ୍ତରରେ ଚାପ ପ୍ରୟୋଗ କରିବ  ।

ଜାହାଜରେ ୨୩ କ୍ରୁ ମେମ୍ବର

ଅନ୍ୟପକ୍ଷରେ ଷ୍ଟେନା ବ୍ଲକଙ୍କ କହିବାନୁସାରେ, ଜାହାଜ ସମସ୍ତ ନିୟମକୁ ପାଳନ କରିଥିଲା । ଜାହାଜରେ ୨୩ଜଣ ମେମ୍ବର ରହିଛନ୍ତି । ସେମାନଙ୍କ ମଧ୍ୟରେ ବାରତୀୟ, ଋଷ ନାଗରିକ ଓ ଫିଲିଫାଇନର ନାଗରିକ ମଧ୍ୟ ରହିଛନ୍ତି ।

By amfnews

Related Post