Sat. Mar 7th, 2026

ବ୍ରହ୍ମୋସ୍‌ ସୁପର୍‌ସୋନିକ୍‌ କ୍ରୁସ୍‌ ମିସାଇଲର୍‌ ସଫଳ ପରୀକ୍ଷା କଲା ଡିଆର୍‌ଡିଓ

221 Views

ନୂଆଦିଲ୍ଲୀ  : ସୋମବାର ଦିନ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭଲପମେଣ୍ଟ୍‌ ଅର୍ଗାନାଇଜେସନ୍‌ (ଡିଆର୍‌ଡିଓ) ସ୍ଥଳ ଭାଗରୁ ନିକ୍ଷେପ କରାଯାଉଥିବା ବ୍ରହ୍ମୋସ୍‌ ସୁପର୍‌ସୋନିକ୍‌ କ୍ରୁସ୍‌ ମିସାଇଲ୍‌ର ସଫଳ ପରୀକ୍ଷା କରିଛି।

ପୂର୍ବାହ୍ନ ୧୦: ୧୯ ମିନିଟ୍‌ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। ଜୁନ୍‌ ୨୦୧୯ରେ ଡିଆର୍‌ଡିଓ ୪୫୦ କିଲୋମିଟର୍‌ ରେଞ୍ଜ୍‌ବିଶିଷ୍ଟ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ପରୀକ୍ଷା କରିଥିଲା। ଠିକଣା ଲକ୍ଷ୍ୟଭେଦ ନିମନ୍ତେ ଏଥିରେ ଅପ୍‌ଗ୍ରେଡେଡ୍‌ ଗାଇଡାନ୍‌ସ୍‌ ସିଷ୍ଟମ୍‌ ଏବଂ ରୁଷ୍‌ ନିର୍ମିତ ସିକର୍‌ ଲଗା ଯାଇଥିଲା।

୨୦୧୭ ମାର୍ଚ ୧୧ ତାରିଖ ଦିନ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ଏକ୍ସଷ୍ଟେଣ୍ଡେଡ୍‌-ରେଞ୍ଜ୍‌ ପରୀକ୍ଷା କରାଯାଇଥିଲା। ଏହି ରେଞ୍ଜ୍‌ର କ୍ଷପଣାସ୍ତ୍ର ସବୁ ସ୍ଥଳ ଏବଂ ସମୁଦ୍ର ମଧ୍ୟସ୍ଥ ପ୍ଲାଟ୍‌ଫର୍ମରୁ ଉତ୍‌କ୍ଷେପଣ କରିହେବ। ଏହା ୨୦୦ ରୁ ୩୦୦ କିଲୋଗ୍ରାମ୍‌ ଓଜନବିଶିଷ୍ଟ ଓ୍ଵାର୍‌ହେଡ୍‌ ବହନ କରି ଲକ୍ଷ୍ୟଭେଦ କରି ପାରିବ।

By amfnews

Related Post