Sat. Mar 7th, 2026

ବୈଦେଶିକ ମନ୍ତ୍ରୀ ହେବା ପରେ ପ୍ରଥମ ଟ୍ୱିଟରେ ଏମିତି କହିଲେ ଜୟଶଙ୍କର

286 Views

ନୂଆଦିଲ୍ଲୀ : ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍‌ ପ୍ୟାକେଜ୍‌ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି।

ଏସ୍‌ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି ପ୍ରଥମ ଟ୍ୱିଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ଏହା ମୋର ପ୍ରଥମ ଟ୍ୱିଟ୍‌। ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଉଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ ମୁଁ ସମସ୍ତଙ୍କ ପାଖରେ ଋଣି। ମୁଁ ସୁଷମା ସ୍ୱରାଜଜୀଙ୍କ ମାର୍ଗରେ ଚାଲିବାକୁ ଯାଉଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି।”

୧୯୯୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଧିକାରୀ ଏସ୍‌ ଜୟଶଙ୍କର ସୁଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ଥିବା ବେଳେ ୨୦୧୫ରୁ ୨୦୧୮ ଯାଏ ବୈଦେଶିକ ସଚିବ ରହିଥିଲେ।
୬୪ ବର୍ଷୀୟ ଏସ୍‌ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବା ପରେ ତାଙ୍କୁ ବର୍ତ୍ତମାନର ବୈଦେଶିକ ସଚିବ ବିଜୟ ଗୋଖଲେ ଅଫିସକୁ ସ୍ୱାଗତ କରିଥିଲେ। ଏସ୍‌ ଜୟଶଙ୍କର ବୈଦେଶିକ ସଚିବ ପଦରୁ ଅବସର ନେବା ପରେ ବିଜୟ ଗୋଖଲେ ଏହି ଦାୟତ୍ୱ ନିର୍ବାହ କରୁଛନ୍ତି।

By amfnews

Related Post