Sat. Mar 7th, 2026

ବୈଜୟନ୍ତ ଓ ସହଯାତ୍ରୀଙ୍କ ନାଁରେ ଏତଲା

249 Views

ପୁରୀ  : ଖାଲି ଚିଲିକା ନୁହେଁ, ଶ୍ରୀମନ୍ଦିର, ବିଶ୍ୱ ଐତିହ୍ୟ କୋଣାର୍କ ଏବଂ ବାଲୁଖଣ୍ଡ ଅଭୟାରଣ୍ୟ ଭଳି ସମ୍ବେଦନଶୀଳ ଅଞ୍ଚଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇ ଜଣ ସାଙ୍ଗ ଅଭିଜିତ୍‌ ଆୟାର ମିତ୍ର, ଆରତୀ ଟିକୁ ସିଂ ହେଲିକପ୍ଟରରେ ଉଡ଼ାଣ କରିଛନ୍ତି। ଏ ନେଇ ଆଜି ଭଏସ୍‌ ଅଫ୍‌ କମନ୍‌ ମ୍ୟାନ୍‌ ସଂଗଠନର ହେକ୍ଟର ମିଶ୍ର ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରୀ ମିଶ୍ରଙ୍କ ଅଭିଯୋଗ ହେଲା, ଗତ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର (ରବିନ୍‌ସନ୍‌-ଆର୍‌୪୪/ଭିଟି ବିଡିପି) କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଉଡ଼ିବା ବେଳେ ଶ୍ରୀ ପଣ୍ଡାଙ୍କ ଦୁଇ ସହଯାତ୍ରୀ ଅନେକ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲେ। ହେଲିକପ୍ଟରଟି ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର, ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ବହୁ ଅଳ୍ପ ଉଚ୍ଚତାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ସୂର୍ଯ୍ୟମନ୍ଦିର ଓ ଶ୍ରୀମନ୍ଦିର ଉପରେ ଏପରି ଉଡ଼ାଣ ଓ ଭିଡ଼ିଓ ଚିତ୍ର ଉତ୍ତୋଳନ ‘ହିନ୍ଦୁ ଓଲଡ୍‌ ମନୁମେଣ୍ଟସ’ ଆଇନକୁ ଉଲ୍ଲଙ୍ଘନ କରୁଥିବା ବେଳେ ବାଲୁଖଣ୍ଡ ଅଭୟାରଣ୍ୟ ଉପରେ ଉଡ଼ାଣ ଜଙ୍ଗଲ ଆଇନକୁ ଉଲ୍ଲଙ୍ଘନ କରୁଛି। କୋଣାର୍କ ମନ୍ଦିର ପରିଦର୍ଶନ ସମୟରେ ଏଠାରେ ଥିବା ସ୍ଥାପତ୍ୟକୁ ନେଇ ଅଭିଜିତ୍‌ ଆୟାର ମିତ୍ର ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି। ଏହି ଘଟଣାରେ ଶ୍ରୀ ପଣ୍ଡାଙ୍କ ସମେତ ଦୁଇ ସହଯାତ୍ରୀଙ୍କୁ ଗିରଫ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

By amfnews

Related Post