Fri. Mar 6th, 2026

ବୌଦ୍ଧ ଏନଏସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବଢିବା ଆଶଙ୍କା !

255 Views

ବୌଦ୍ଧ: ସ୍ବାବ୍‌ ନମୁନା ପରୀକ୍ଷଣରେ କରୋନା ଭୂତାଣୁ ନାହିଁ ବୋଲି ଜଣାପଡ଼ିଥିଲେ ବି ପରେ କୋଭିଡ୍ ସଂକ୍ରମିତ ହୋଇଥିବା ଶୁକ୍ରବାର ଜଣାପଡ଼ିବା ପରେ ବୌଦ୍ଧର ପୋଡାପଡା ଅଞ୍ଚଳରୁ ଚିହ୍ନଟ ସଂକ୍ରମଣ ମାମଲାରୁ ସାମନାକୁ ଆସିଛି। ଏପରି ଦ୍ବନ୍ଦ୍ବାତ୍ମକ ସ୍ଥିତି ହେବାରୁ ବୌଦ୍ଧ ଏନଏସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବଢିବା ଆଶଙ୍କା ସମସ୍ତଙ୍କୁ ବିବ୍ରତ କରିଛି।
ସୂଚନା ଅନୁସାରେ ପୋଡାପଡାର ସଂକ୍ରମତି ଯୁବକ ଜଣକ ଗତ ଜୁନ୍‌ ମାସରେ ବେଙ୍ଗାଲୁରୁରୁ ଫେରି ପ୍ରଶାସନକୁ ଜଣାଇବା ସହ ଗୃହାବଦ୍ଧ ରହିଥିଲେ। ପ୍ରାୟ ୧୪ଦିନ ଗୃହାବଦ୍ଧ ରହିବା ପରେ ତାଙ୍କ ସ୍ବାବ୍‌ ନମୁନା ନିଆଯାଇ ପରୀକ୍ଷା ପାଇଁ ଭୁବନେଶ୍ବର କୋ୍ଭିଡ୍‌ ଲ୍ୟାବ୍‌କୁ ପଠାଯାଇଥିଲା। କିଛି ଦିନ ଉପରାନ୍ତ ତାଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଫଳରେ ଦ୍ବନ୍ଦ୍ବମୁକ୍ତ ହୋଇ ସେ ତାଙ୍କ ପରିବାର ବର୍ଗଙ୍କ ସମେତ ଆଉ କିଛି ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିବା ଜଣାଯାଇଛି।

ତେବେ ଉକ୍ତ ଯୁବକ ଜଣକଙ୍କ ଦେହ ଅସୁସ୍ଥ ହେବାରୁ ସେ ନିଜ ଆଡୁ ବୌଦ୍ଧ ମେଡ଼ିକାଲ ଅଫିସରଙ୍କୁ ସହ ଯୋଗଯୋଗ କରି ପୁନର୍ବାର ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଇବାକୁ ଅନୁରୋଧ କରିଥିଲେ, ଯାହାକି ଗତ ଗୁରୁବାର ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଫଳରେ ସଂକ୍ରମିତ ଯୁବକଙ୍କ ସମେତ ତାଙ୍କ ପରିବାର ମଧ୍ୟ ବର୍ତ୍ତମାନ ଏକ ଦ୍ବନ୍ଧାତ୍ମକ ସ୍ଥିତିରେ ରହିଛନ୍ତି।

ତେବେ ସବୁଠାରୁ ପରିତାପର ବିଷୟ ଯୁବକ ଜଣକଙ୍କ ପଜିଟିଭ୍‌ ରିପୋର୍ଟ ଆସିବା ଅନେକ ଘଣ୍ଟା ବିତି ସାରିଥିଲେ ମଧ୍ୟ ତାଙ୍କ ପରିବାର ବର୍ଗ କିମ୍ବା ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ଟ୍ରେସିଂ କିମ୍ବା ସ୍ବାବ୍‌ ନମୁନା ସଂଗ୍ରହ ହୋଇ ନଥିବା ଜଣାପଡ଼ିଛି। ସେହି ସମାନ ଘଟଣା ସ୍ଥାନୀୟ ସଂକ୍ରମଣ ମାମଲା ଥିବା ଅନ୍ୟ ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି, ଯାହାକି ସାଧାରଣତଃ ପାଖପଡ଼ିଶା ଓ ଅନ୍ୟମାନଙ୍କୁ ବିବ୍ରତ କରୁଛି।

By amfnews

Related Post