Fri. Mar 6th, 2026

ବେଲପାହାଡ଼ ପୁଲିସ ଭ୍ୟାନ୍‌ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୩ ହେଲା, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ

430 Views

ଭୁବନେଶ୍ୱର : ଆଜି ସକାଳେ ବେଲପାହାଡ଼ଠାରେ ଏକ ପୁଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପ୍ରଥମେ ଦୁଇ ଓଏସ୍‌ଏପି ଯବାନ ପ୍ରାଣ ହରାଇଥିବା ବେଳେ ଏବେ ଆଉ ଜଣେ ଓଏସ୍‌ଏପି ଯବାନ ଚିକିତ୍ସାଧୀନ ଅବସ୍ଥାରେ ଭିମସାର ଡ଼ାକ୍ତରଖାନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦୁଇ ଓଏସ୍‌ଏପି ଯବାନଙ୍କର  ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଯବାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଓଏସ୍‌ଏପି ଯବାନ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ସୂଚନା ମୁତାବକ, ସକାଳ ୬ଟା ୩୦ମିନିଟ୍‌ରେ ବେଲପାହାଡ଼ର ୪୯ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍‌ ନିକଟରେ ଏକ ପୁଲିସ ଭ୍ୟାନ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ପ୍ରାୟ ୨୪ଜଣ ପୁଲିସକର୍ମୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ଜଣେ ଓଏସ୍‌ଏପି ଯବାନ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

By amfnews

Related Post