Mon. Jun 9th, 2025

ବେଦାନ୍ତ ଆଲୁମିନା କାରଖାନାରେ ଦୁର୍ଘଟଣା; ଜଣେ ଶ୍ରମିକ ମୃତ

By amfnews Jul 31, 2019 #Featured
157 Views

ଝାରସୁଗୁଡ଼ା  : ଝାରସୁଗୁଡ଼ା ବେଦାନ୍ତ ଆଲୁମିନା କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁମତାଜ୍ ଖାଁ।

ମୁମତାଜ୍ କାରଖାନାର ରେଲେଓ୍ୱ ସାଇଡିଂରେ ରେଳ ଇଞ୍ଜିନ ଓ ବଗି ସଂଯୋଗ କରୁଥିବା ବେଳେ ମଝିରେ ଚାପି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ାର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା।

ତାଙ୍କ ମୃତ୍ୟୁକୁ ନେଇ ବେଦାନ୍ତ କର୍ମଚାରୀମାନେ କାରଖାନାର ୧ ନମ୍ବର ଗେଟ୍ ଆଗରେ ଗତକାଲିଠୁ ଆନ୍ଦୋଳନ ବସିଛନ୍ତି।। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ତେବେ ଏନେଇ ବେଦାନ୍ତ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

By amfnews

Related Post