Sat. Nov 23rd, 2024

ବେଜିଂ ଡାକ୍ତରଙ୍କ ଦାବି : ଚୀନ୍ ଭାକ୍‌ସିନ୍ ନେଲେ ହେବ ୭୩ଟି ସାଇଡ଼ ଇଫେକ୍ଟ

By amfnews Jan 9, 2021 #Featured
213 Views

ଦିଲ୍ଲୀ,ଜାନୁଆରୀ ୦୯ : କରୋନା ଟିକା ଦୌଡ଼ରେ ସବୁଦେଶ ଲାଗିପଡ଼ିଥିବା ବେଳେ ଅନେକ ସ୍ଥାନରେ ଏହାର ଡ଼୍ରାଏ–ରନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଏହି ପରିପେକ୍ଷୀରେ ଚୀନ୍ ନିଜର ଟିକାକୁ ସମ୍ପୁର୍ଣ୍ଣ ସୁରକ୍ଷିତ ଓ ପ୍ରଭାବଶାଳୀ କହୁଥିବା ବେଳେ ଏହି କଥା କୁ ଖଣ୍ଡନ କରିଛନ୍ତି ଚୀନ୍ ଡାକ୍ତର ତାଓ ଲିନା । ସେ ଦାବି କରିଛନ୍ତି ଯେ ଦୁନିଆରେ ସବୁଠାରୁ ଅଧିକ ଅସୁରକ୍ଷିତ ଭାକ୍‌ସିନ୍ ହେଉଛି ସାଇନୋଫାର୍ମା ଭାକ୍‌ସିନ୍ । ଏଥିରେ ୭୩ ପ୍ରତିଶତ ପାର୍ଶ୍ୱପ୍ରତିକ୍ରିୟା ଆଶଙ୍କା ରହିଛି । ଚୀନ୍ ଭାକ୍‌ସିନ୍‌ର ଟ୍ରାଏଲ ବର୍ତ୍ତମାନ ପର‌୍ୟ୍ୟନ୍ତ ସମ୍ପର୍ଣ୍ଣ ହୋଇନାହିଁ । ଯାହାକୁ ନେଇ ପାର୍ଶ୍ୱପ୍ରତିକ୍ରିୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

କିନ୍ତୁ ପରେ ଚୀନ୍ ସରକାରଙ୍କ ଚାପରେ ଡାକ୍ତର ତାଓ ନିଜ ବୟାନକୁ ଫେରାଇନେଇଥିଲେ  ଏବଂ କହିଛନ୍ତି ଚୀନ୍ ଚିକିତ୍ସା ପୁରା ସୁରକ୍ଷିତ , ଏବଂ କିଛି ଲୋକଙ୍କ ଭୁଲ ଯୋଗୁଁ ଏପରି ହୋଇଛି । ମୁଁ ମୋ ବୟାନକୁ ନେଇ ଭୁଲ୍ ମାଗୁଛି ।

By amfnews

Related Post