Sun. Apr 20th, 2025

ବେଙ୍ଗାଲୁରୁରୁ ୨୫୦ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

By amfnews Feb 15, 2020 #Featured
156 Views

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ୨୫୦ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ସ୍ଥାନୀୟ ଏଲଙ୍ଗା ଅଞ୍ଚଳର ବିଭିନ୍ନ କମ୍ପାନିରେ କାମ କରୁଥିଲେ। ଗତକାଲି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। ପ୍ରଶାନ୍ତି ଏକ୍ସପ୍ରେସରେ ସମସ୍ତଙ୍କୁ ଓଡ଼ିଶା ଅଣାଯାଉଛି। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ପୁରୁଷ, ମହିଳା ସହ କିଛି ନାବାଳକ ମଧ୍ୟ ରହିଛନ୍ତି।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ଶ୍ରମିକମାନଙ୍କୁ ବେଆଇନ ଭାବେ ବେଙ୍ଗାଲୁରୁ ଚାଲାଣ କରାଯାଇଥିଲା। ଏହାସହ କାରଖାନାରେ ଏହି ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ମିଳିଥିଲା। ଯାହା ପରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏକ ଟିମ୍ ବେଙ୍ଗାଲୁରୁରୁରେ ପହଞ୍ଚି ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଶ୍ରମିକଙ୍କୁ କେଉଁ ଦଲାଲ ଆଣିଥିଲେ ସେ ସମ୍ପର୍କରେ ସୂଚନା ମିଳିପାରିନି। ଏହାସହ ଏତେ ସଂଖ୍ୟାରେ ଶ୍ରମିକଙ୍କୁ କିଏ ବେଙ୍ଗାଲୁରୁ ନେଇଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

By amfnews

Related Post